ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମୋବାଇଲ ପାଇଁ ଜୀବନ ହାରିଲେ ନାବାଳକ

ବାଲେଶ୍ୱର/ଲଙ୍ଗଳେଶ୍ବର: ବର୍ତ୍ତମାନ ସମୟରେ ମୋବାଇଲର ଆବଶ୍ୟକତା ଏତେ ପରିମାଣରେ ବଢିଯାଇଛି ଯେ ମୋବାଇଲ ବିନା ଲୋକମାନେ ମୂହୁର୍ତ୍ତ ବି ଚଳିବା କଷ୍ଟକର ହୋଇ ପଡ଼ିଛି । ସମାଜରେ ମୋବାଇଲକୁ କିଛି ଲୋକ ସଠିକ୍ ଭାବରେ ବ୍ୟବହାର କରୁଥିବା ବେଳେ ଏହାର ବହୁଳ ପରିମାଣରେ ଅପ ବ୍ୟବହାର ମଧ୍ୟ ହେଉଛି । ଘରେ ମୋବାଇଲ ମାଗିବାକୁ କେନ୍ଦ୍ରକରି ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସିଂଲା ଥାନା ଅନ୍ତର୍ଗତ ସାର୍ଥା ଫାଣ୍ଡି ଅଞ୍ଚଳରେ । ଘଟଣାରୁ ପ୍ରକାଶ ସାର୍ଥା ଫାଣ୍ଡି ସାଉଡ଼ି ପଞ୍ଚାୟତ ଅନ୍ତର୍ଗତ ସାଉଡ଼ିଚକ ଗ୍ରାମର ରାଜେନ୍ଦ୍ର ସାମନ୍ତଙ୍କ ପୁଅ ଶଶାଙ୍କ ଶେଖର ସାମନ୍ତ (୧୭) ମୋବାଇଲ ପାଇଁ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଆଜି ପିତା ରାଜେନ୍ଦ୍ର ସାମନ୍ତ ରାଜମିସ୍ତ୍ରୀ କାର୍ଯ୍ୟ ନିମନ୍ତେ ଯାଇଥିବା ବେଳେ ମା ମଧ୍ୟ ଘରେ ନଥିବାର ସୁଯୋଗ ପାଇ ଶଶାଙ୍କ ମଧ୍ଯାହ୍ନ ସମୟରେ ଶୋଇବା ରୁମରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛି । ପରିବାର ଲୋକେ ଦେଖି ସଙ୍ଗେସଙ୍ଗେ ନିକଟସ୍ଥ ସାର୍ଥା ଫାଣ୍ଡିକୁ ଖବର ଦେଇଥିଲେ । ଖବର ପାଇ ଫାଣ୍ଡି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି କେସ୍ ନଂ- ୨୦/୨୧ ମୂଳେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିବା ଜଣାପଡିଛି । ତେବେ ଶଶାଙ୍କ ତାଙ୍କ ପରିବାର ଲୋକଙ୍କୂ ନୂଆ ମୋବାଇଲ ମାଗିଥିଲେ । ଟଙ୍କା ଅଭାବରୁ ମୋବାଇଲ ଦେବାକୁ ପରିବାର ଲୋକେ ବାରଣ କରିବାରୁ ଏଭଳି ଘଟଣା ଘଟିଛି ବୋଲି ପୁଲିସ ଠାରୁ ସୂଚନା ମିଳିଛି ।

Leave A Reply

Your email address will not be published.