ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଓଡ଼ିଶା ଡ୍ରାଇଭର ମହାସଙ୍ଘ ସହ ମନ୍ତ୍ରୀଙ୍କ ଆଲୋଚନା: ଡ୍ରାଇଭରଙ୍କ ସମସ୍ୟାର ସମାଧାନ ନେଇ ଗଠନ ହେବ କମିଟି

ଭୁବନେଶ୍ୱର: ରାଜଧାନୀରେ ଓଡ଼ିଶା ଡ୍ରାଇଭର ମହାସଙ୍ଘର ଆନ୍ଦୋଳନ ପ୍ରସଙ୍ଗରେ ପରିବହନ ମନ୍ତ୍ରୀଙ୍କ ସହ ଆଲୋଚନା କରିଛି ସଂଘ। ଆଲୋଚନାରେ ମନ୍ତ୍ରୀ ସୁଶାନ୍ତ ସିଂହ, କଟକ ମେୟର ସୁବାସ ସିଂହ ଓ ବିଭାଗୀୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ଆଲୋଚନା ସଫଳ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ୧୦ ଦଫା ଦାବି ନେଇ ଆଜି ରାଜରାସ୍ତାକୁ ଓହ୍ଲାଇଥିଲା ଓଡ଼ିଶା ଡ୍ରାଇଭର ମହାସଂଘ ।

ସେପଟେ, ହଜାର ହଜାର ଡ୍ରାଇଭର ରାଜଧାନୀରେ ବିକ୍ଷୋଭ କରିଥିଲେ। ୧୦ ଦଫା ଦାବି ନେଇ ଲୋକସେବା ଭବନ ଅଭିମୁଖେ ଗସ୍ତ କରିଥିଲେ। ମାଷ୍ଟରକ୍ୟାଟିନରେ ଏକତ୍ର ହୋଇଥିଲେ ସମସ୍ତ ଡ୍ରାଇଭର। ପରବର୍ତ୍ତୀ ସମୟରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ଶ୍ରମମନ୍ତ୍ରୀ ସୁସାନ୍ତ ସିଂ ପ୍ରମୁଖ ଡ୍ରାଇଭର ମହାସଂଘ ସଦସ୍ୟଙ୍କ ସହ ଆଲୋଚନା କରିଥିଲେ। ସେମାନଙ୍କ ଆଲୋଚନା ସଫଳ ହୋଇଥିବା ଜାଣିବାକୁ ମିଳିଛି ।

ସୂଚନା ଅନୁଯାୟୀ, ଡ୍ରାଇଭରଙ୍କ ସାମାଜିକ ସୁରକ୍ଷା ପାଇଁ କମିଟି ଗଠନ ହେବ । ଏହି କମିଟି ବିଭିନ୍ନ ରାଜ୍ୟକୁ ଯାଇ ତଥ୍ୟ ସଂଗ୍ରହ କରିବ। ଏହାସହ କମିଟି ସୁପାରିସ ଆଧାରରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ । ୩ ମାସରେ ତାହା କାର୍ଯ୍ଯକ୍ଷମ ହେବ। ସେହିପରି ଗାଡ଼ି ଚାଳକଙ୍କୁ ଯେପରି ଉଦ୍ଦେଶ୍ୟମୂଳକ ଭାବେ ହଇରାଣ କରାଯିବ ନାହିଁ ସେଥିପାଇଁ ସବୁ ଜିଲ୍ଲାର ଏସପିଙ୍କୁ ଚିଠି ଲେଖିଛନ୍ତି ଆଇନଶୃଙ୍ଖଳା ଏଡିଜି। ୩ ମାସ ଭିତରେ ବିଭିନ୍ନ ଜିଲ୍ଲା ଗସ୍ତ କରି ତଥ୍ୟ ସଂଗ୍ରହ କରାଯିବ। ଏହାସହ ଡ୍ରାଇଭରଙ୍କ ଦାବି ଉପରେ ଉଚିତ ପଦକ୍ଷେପ ନିଆଯିବ। ୩ ମାସ ମଧ୍ୟରେ ଦାବି ଉପରେ ନିଆଯିବ ଉଚିତ ପଦକ୍ଷେପ। ୧୧ ଦଫା ଦାବି ନେଇ ଡ୍ରାଇଭର ସଂଘ ଆନ୍ଦୋଳନ କରିଥିବା ବେଳେ, ଡ୍ରାଇଭରଙ୍କ ଉଚିତ୍ ଦାବିକୁ ସରକାର ଗ୍ରହଣ କରିବେ ବୋଲି କହିଛନ୍ତି ମନ୍ତ୍ରୀ ପଦ୍ମନାଭ ବେହେରା ।

Leave A Reply

Your email address will not be published.