ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜଧାନୀରେ ଭଙ୍ଗାଯିବ ୧୯୪ଟି ଆପାର୍ଟମେଣ୍ଟ

ଭୁବନେଶ୍ୱର: ରାଜଧାନୀରେ ଭଙ୍ଗାଯିବ ୧୯୪ଟି ଆପାର୍ଟମେଣ୍ଟ । ୧୯୪ଟି ବେଆଇନ ଆପାର୍ଟମେଣ୍ଟ ଭାଙ୍ଗିବାକୁ ନିର୍ଦ୍ଦେଶ ଦିଆଯାଇଛି । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା । ରାଜଧାନୀରେ ୧୬୪୩ଟି ଆପାର୍ଟମେଣ୍ଟ ନକ୍ସା ଅନୁମୋଦନ ମିଳିଛି । ସହର ଓ ଆଖପାଖ ଅଞ୍ଚଳରେ ବେଆଇନ ନିର୍ମାଣ ହୋଇଛି । ଏନେଇ ହୋଇଥିବା ୫୭ଟି ମାମଲାର ସମାଧାନ ହୋଇଛି । ୯୧ଟି ବେଆଇନ ନିର୍ମାଣ ମାମଲାର ବିଚାର ଚାଲିଛି । ଅନ୍ୟଗୁଡ଼ିକ ସମ୍ପର୍କରେ ଏ ଯାଏଁ କୌଣସି ନିଷ୍ପତ୍ତି ନିଆଯାଇନି ବୋଲି ମନ୍ତ୍ରୀ ଗୃହରେ ଉତ୍ତର ରଖିଛନ୍ତି ।

Leave A Reply

Your email address will not be published.