ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶିମିଳିପାଳ ଜଙ୍ଗଲରେ ନିଆଁ ପ୍ରସଙ୍ଗରେ ମୁହଁ ଖୋଲିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ : ୧୪୦୦ ପଏଣ୍ଟରେ ନିଆଁ ଲାଗିଥିଲା, କୌଣସି ଜୀବଜନ୍ତୁଙ୍କର କ୍ଷତି ହୋଇନାହିଁ  

ଭୁବନେଶ୍ବର : ଶିିମିଳିପାଳ ଜଙ୍ଗଲରେ ନିଆଁ ଲାଗିବା ଘଟଣାରେ ରାଜ୍ୟ ସରକାରଙ୍କୁ ବିରୋଧୀ ଟାର୍ଗେଟ କରୁଥିବା ବେଳେ ମୁହଁ ଖୋଲିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ମନ୍ତ୍ରୀ ଆଜି ଏନେଇ ମନ୍ତବ୍ୟ ଦେଇ କହିଛନ୍ତି ଶିମିଳିପାଳରେ ଏକ ହଜାର ଚାରିଶହ ପଏଣ୍ଟରେ ନିଆଁ ଲାଗିଥିଲା । ଆଉ ଏହାକୁ ଆୟତ୍ତ କରିବା ପାଇଁ ୧୧୭୫ ଜଣଙ୍କୁ ନିୟୋଜିତ କରାଯାଇଛି । ୨୯୫ଟି ଅଗ୍ନି ନିର୍ବାପକ ଯନ୍ତ୍ର ଯୋଗାଇ ଦିଆଯାଇଛି । ୩୫୯୧ କିଲୋମିଟର ଫାଇଲ ଲାଇନ ତିଆରି କରାଯାଇଛି । ୭ ଅଫିସରଙ୍କୁ ନୋଡାଲ ଅଫିସର ଭାବେ ନିୟୋଜିତ କରାଯାଇଛି । ୪୦ ଗାଡିକୁ ନିୟୋଜିତ କରାଯାଇଛି । ରାଜ୍ୟ ସରକାର ଜଙ୍ଗଲରେ ଲାଗିଥିବା ନିଆଁକୁ ଆୟତ୍ତ କରିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରୁଛନ୍ତି। ଶିମିଳିପାଳ ଜଙ୍ଗଲରେ ଲାଗିଥିବା ନିଆଁରେ  ଜୀବଜନ୍ତୁଙ୍କର କୌଣସି କ୍ଷତି ହୋଇନାହିଁ, ସମସ୍ତେ ଠିକ୍ ଅଛନ୍ତି । ସରକାର ସଚେତନ ଅଛନ୍ତି, ବିରୋଧୀ ଦଳ ପକ୍ଷରୁ ଆସିଥିବା ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି।

ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଆହୁରି ମଧ୍ୟ କହିଛନ୍ତି ଯେ ଫେବୃଆରୀ ୧୫ରୁ ଜୁନ୍ ୧୫ ଯାଏଁ ଥିବା ସମୟକୁ ଅଗ୍ନି ଋତୁ ବୋଲି କୁହାଯାଏ । ଏହି ସମୟରେ ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଥାଏ। ଚଳିତ ବର୍ଷ ତାପମାତ୍ରା ଅଧିକ ରହୁଥିବାରୁ ନିଆଁ ବ୍ୟାପକ ହୋଇଥିଲା। ଜଙ୍ଗଲରେ ନିଆଁ ଲାଗିବା ପରେ  ଏହାକୁ ଲିଭାଇବା ପାଇଁ ଜଙ୍ଗଲ ବିଭାଗ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା ହାତକୁ ନିଆଯାଇଛି ।

ରାଜ୍ୟରେ ଯେଉଁ ନିଆଁ ଲାଗିଛି ତାକୁ ଅନୁଧ୍ୟାନ କରିବା ପାଇଁ ଏକ ରାଜ୍ୟସ୍ତରୀୟ ଟାସ୍କ ଫୋର୍ସ ଗଠନ କରିଛନ୍ତି। ପୂର୍ବତନ ପିସିସିଏଫଙ୍କ ଅଧ୍ୟକ୍ଷତାରେ ୯ ଜଣିଆ ଟାସ୍କ ଫୋର୍ସ ଗଠନ କରାଯାଇଛି।  ସେମାନଙ୍କ ମଧ୍ୟରେ ଡେରାଡୁନ ଏବଂ ହାଇଦ୍ରାବାଦର ୩ ଜଣ ବିଶେଷଜ୍ଞ ମଧ୍ୟ ସାମିଲ ହୋଇଛନ୍ତି। ଜଙ୍ଗଲ ନିଆଁର ସମୀକ୍ଷା କରିବା ସହିତ ତାହାର କାରଣ ଓ ନିରାକରଣ ଦିଗରେ ଟାସ୍କଫୋର୍ସ ପଦକ୍ଷେପ ନେବ। ଅତ୍ୟାଧୁନିକ ପ୍ରକ୍ରିୟାରେ ନିଆଁକୁ କିଭଳି ଲିଭା ଯାଇପାରିବ ଓ ନିଆଁ ଲାଗିବାର କାରଣ ଖୋଜିବେ । ଏହା ସହିତ ପ୍ରତିଦିନ ଅପରାହ୍ନରେ ଟାସ୍କଫୋର୍ସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇ ପଦକ୍ଷେପ ସମ୍ପର୍କରେ ସୂଚନା ଦିଆଯିବ।

Leave A Reply

Your email address will not be published.