ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମନ୍ତ୍ରୀ ନବ ଦାସ ହତ୍ୟା ମାମଲା : ଆଉ ୪ ଦିନ ରିମାଣ୍ଡରେ ଗଲା ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସ

ଝାରସୁଗୁଡ଼ା : ମନ୍ତ୍ରୀ ନବ ଦାସ ହତ୍ୟା ମାମାଲାର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସକୁ ଆଉ ୪ ଦିନ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ। ଆଉ ଚାରି ଦିନ ରିମାଣ୍ଡରେ ନେବା ପାଇଁ ଝାରସୁଗୁଡା ଜେଏମଏଫସି କୋର୍ଟ କ୍ରାଇମବ୍ରାଞ୍ଚକୁ ଅନୁମତି ପ୍ରଦାନ କରିଛନ୍ତି । ତେବେ କ୍ରାଇମବ୍ରାଞ୍ଚ ୯ ଦିନ ପାଇଁ ଗୋପାଳକୁ ରିମାଣ୍ଡରେ ନେବାକୁ ଅନୁମତି ମାଗିଥିଲା । ହେଲେ କୋର୍ଟ କେବଳ ୪ ଦିନ ରିମାଣ୍ଡ ପାଇଁ ଅନୁମତି ପ୍ରଦାନ କରିଛନ୍ତି ।

ସୂଚନାଯୋଗ୍ୟ ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ତ୍ୱରାନ୍ୱିତ କରିଥିବା ବେଳେ ଆଜି ଅଭିଯୁକ୍ତ ଗୋପାଳ ଦାସର ୪ଦିନିଆ ରିମାଣ୍ଡ ଅବଧି ଆଜି ଶେଷ ହୋଇଥିଲା । ପ୍ରଥମ ରିମାଣ୍ଡର ଶେଷ ଦିନରେ ଗୋପାଳ କ୍ରାଇମବ୍ରାଞ୍ଚକୁ ବହୁ ଗୁରୁତ୍ୱପୂର୍ଣ୍ଣ କଥା କହିଥିବା ଜଣାପଡିଛି । ସୂଚନା ଅନୂୁସାରେ ତିନି ଦିନ କ୍ରାଇମବ୍ରାଞ୍ଚ ଏଡିଜି ଜେରା କରିବାବେଳେ ଗୋପାଳ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛି । ଯାହାକୁ ଆଧାର କରି ତଦନ୍ତ କରୁଛନ୍ତିି ତଦନ୍ତକାରୀ ଟିମ୍ । ଗୋପାଳର କଥା ଅନୁସାରେ ପାଇଖାନା ଟାଙ୍କି ଖୋଳି ଚିରା ଚିଠି ବାହାର କରିଥିଲା । ଗତକାଲି ଗୋପାଳ ରହୁଥିବା ସରକାରୀ କ୍ୱାଟର୍ସକୁ ଯାଇ ଯାଞ୍ଚ କରିଥିଲା।

ତେବେ ହତ୍ୟାକାଣ୍ଡର କାରଣ ଜଣାପଡିନଥିବାରୁ ଗୋପାଳ ଦାସଙ୍କୁ ଅଧିକ ପଚରାଉଚରା ପାଇଁ ସାନି ରିମାଣ୍ଡ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ। ଝାରସୁଗୁଡା ଜେଏମଏଫସି କୋର୍ଟ କ୍ରାଇମବ୍ରାଞ୍ଚକୁ ୪ ଦିନ ରିମାଣ୍ଡ ପାଇଁ ଅନୁମତି ପ୍ରଦାନ କରିଥିଲେ। ଆଜି ମିଳିଥିବା ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡରେ ଗୋପାଳ ଦାସଙ୍କୁ କ୍ରାଇମସ୍ପଟକୁ ନେଇ କ୍ରାଇମସିନ୍ ରିକ୍ରିଏସନ୍ କରିପାରେ କ୍ରାଇମବ୍ରାଞ୍ଚ । ଗୋପାଳଙ୍କ ଲିଙ୍କରେ ଯେଉଁମାନେ ରହିଛନ୍ତି ସମସ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉଛି।

ଅନ୍ୟପଟେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଆଜି ସକାଳୁ ଅଭିଯୁକ୍ତ ଗୋପାଳକୃଷ୍ଣ ଦାସର ବ୍ରହ୍ମପୁରର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଆଙ୍କୁଲି ଶିଳ୍ପାଞ୍ଚଳସ୍ଥିତ ଘରକୁ ଯାଇ ବ୍ୟାଙ୍କ ପାସବୁକ୍‌ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛନ୍ତି। ଏହାସହିତ ଗୋପାଳର ପତ୍ନୀ ଜୟନ୍ତୀ ଦାସ ଓ ପୁତୁରାକୁ କ୍ରାଇମବ୍ରାଞ୍ଚର ୪ ଜଣିଆ ଟିମ୍‌ ପଚରାଉଚରା କରିଛନ୍ତି।

ସେହିପରି କ୍ରାଇମ୍‌ବ୍ରାଞ୍ଚର ଏକ ଟିମ ଆଜି ବ୍ରହ୍ମପୁର ବସ୍‌ଷ୍ଟାଣ୍ଡକୁ ମଧ୍ୟ ଯାଇଥିଲେ। ବ୍ରହ୍ମପୁରରୁ ଝାରସୁଗୁଡ଼ା ଚଳାଚଳ କରୁଥିବା ବସ୍‌ରେ କାର୍ଯ୍ୟରତ ଡ୍ରାଇଭର ଓ ହେଲ୍‌ପରଙ୍କୁ ପଚରାଉଚରା କରିଥିଲେ। ସେମାନେ ଗୋପାଳ ସଂପର୍କରେ ମଧ୍ୟ ପଚରାଉଚରା କରିଥିବା ଜଣାଯାଇଛି। ଶେଷରେ କ୍ରାଇମବ୍ରାଞ୍ଚ ଟିମ୍‌ ଗୋପାଳର ଘରୁ ଜବତ ହୋଇଥିବା ପାସ୍‌ବୁକ ଆଧାରରେ ଏମ୍‌କେସିଜି ପରିସରରେ ଥିବା ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କକୁ ଯାଇ ଆକାଉଣ୍ଟ ସଂପର୍କିତ ତଥ୍ୟ ହାସଲ କରିଛନ୍ତି।

Leave A Reply

Your email address will not be published.