ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲା: ତଦନ୍ତ ଠିକ ଢଙ୍ଗରେ ଚାଲିଛି, ଆଉ କିଛି କରିବାକୁ ପରାମର୍ଶ ଦେଇଛି- ଜଷ୍ଟିସ ଜେପି ଦାସ

କଟକ: ଜଷ୍ଟିସ ଜେପି ଦାସଙ୍କ ବାସଭବନକୁ ଯାଇ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ଭେଟିଛନ୍ତି । ଆଜି କଟକ ସିଡିଏ ସ୍ଥିତ ବାସଭବନରେ ଜଷ୍ଟିସ ଜେପି ଦାସଙ୍କୁ ଭେଟିଥିଲେ ଅରୁଣ ବୋଥ୍ରା । ଏହାପରେ ଜଷ୍ଟିସ ଗଣମାଧ୍ୟମକୁ ପ୍ରତିକ୍ରିୟାରେ କହିଛନ୍ତି ଯେ, ମୋତେ ତଦନ୍ତ ତତ୍ତ୍ବାବଧାନ କରିବାକୁ କୁହାଯାଇଛି । ତଦନ୍ତ ସଂପର୍କରେ ବୁଝିଲି । ଆଉ କିଛି କରିବାକୁ ପରାମର୍ଶ ଦେଇଛି। ଘଟଣା ସ୍ଥଳକୁ ନିଶ୍ଚିତ ଯିବି। କେବେ ଯିବି ସ୍ଥିର କରିନି । ତଦନ୍ତ ଠିକ ଢଙ୍ଗରେ ଚାଲିଛି । କ୍ରାଇମବ୍ରାଞ୍ଚ ନିର୍ଯାସରେ ପହଞ୍ଚିବ ବୋଲି ଆଶା କରିବା କହିିଛନ୍ତି ଜଷ୍ଟିସ ଜେପି ଦାସ ।

ଅନ୍ୟପଟେ ଡିଜିପି ସୁନୀଲ ବଂଶଲଙ୍କ କ୍ୟାମ୍ପ ଅଫିସରେ ବସିଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ଡିଜିପିଙ୍କୁ ଭେଟିଛନ୍ତି ଆଇନ ଶୃଙ୍ଖଳା ଏଡିଜି ଆର.କେ. ଶର୍ମା । ଝାରସୁଗୁଡ଼ାରୁ ଫେରିବା ପରେ ପୁଲିସ ଡିଜିଙ୍କୁ ଭେଟିଛନ୍ତି ଆଇନ ଶୃଙ୍ଖଳା ଏଡିଜି ଆର.କେ ଶର୍ମା।

Leave A Reply

Your email address will not be published.