ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମନ୍ତ୍ରୀ ନବ ଦାସ ହତ୍ୟା ମାମଲା : କ୍ରାଇମବ୍ରାଞ୍ଚକୁ ମିଳିଲା ଅଭିଯୁକ୍ତ ଗୋପାଳ ଦାସ ନବଙ୍କୁ ମାରିଥିବା ଗୁଳି

ଝାରସୁଗୁଡ଼ା : ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡର ପାଞ୍ଚ ଦିନ ଆଜି ତାଙ୍କୁ ହତ୍ୟା କରାଯାଇଥିବା ଗୁଳିକୁ ଜବତ କରିଛି କ୍ରାଇମବ୍ରାଞ୍ଚ। ଅଭିଯୁକ୍ତ ଗୋପାଳ ଦାସ ନିଜ ସର୍ଭିସ ପିସ୍ତଲରୁ ଯେଉଁ ଗୁଳି ମନ୍ତ୍ରୀଙ୍କୁ ମାରିଥିଲେ ସେହି ଗୁଳିକୁ ଗତକାଲି ବିଳମ୍ବିତ ରାତିରେ ନବଦାସ ବ୍ୟବହାର କରୁଥିବା କାରରୁ କ୍ରାଇମବ୍ରାଞ୍ଚ ପାଇଥିବା ସୂଚନା ମିଳିଛି। ଏହି ତଦନ୍ତ ପ୍ରକ୍ରିିୟାରେ ଏହା ଏକ ବଡ଼ ପ୍ରମାଣ ହେବବୋଲି ଜଣାପଡିଛି। ଫାରୋ- ଥ୍ରୀଡି ସ୍କାନର ମାଧ୍ୟମରେ ସାଇଣ୍ଟିଫିକ୍ ଅଫିସର ଓ ବାଲାଷ୍ଟିକ ବିଶେଷଜ୍ଞଙ୍କ ଦ୍ୱାରା ଏହି ଗୁଳିକୁ ଠାବ କରାଯାଇଛି।

ପୁଲିସ ଏସଆଇ ଗୋପାଳ ଦାସ ଗତ ରବିବାର ଅତି ନିକଟରୁ ନବ ଦାସଙ୍କୁ ଗୁଳି କରିଥିଲା। ଏହି ଗୁଳିଟି ତାଙ୍କ ଛାତିକୁ ଭେଦି ପଛପଟକୁ ବାହାରି ଯାଇଥିଲା। ଗୋପାଳ ଦାସ ଆଉ ଏକ ଗୁଳି କରିବାକୁ ଚେଷ୍ଟା କରିବାରୁ ଲୋକେ ତାର ହାତକୁ ଛାଟି ଦେଇଥିବାରୁ ଏହା ମନ୍ତ୍ରୀଙ୍କ ପଛପଟେ ଆସୁଥିବା ତାଙ୍କ ଆଉ ଏକ କାର (ଓଡ଼ି୧୫ଟି ୦୧୮୩)ର ପଛପଟେ ବାଜିଥିଲା। ମନ୍ତ୍ରୀ ବସିଥିବା କାର (ଓଡ଼ି୧୫ୟୁ୬୧୯୭) ଓ ଅନ୍ୟକାରକୁ କ୍ରାଇମବ୍ରାଞ୍ଚ ଜବତ କରି ବଡ଼ମାଲ ଥାନାରେ ରଖିଥିବାବେଳେ ବିଗତ ଦୁଇଦିନ ହେବ କ୍ରାଇମବ୍ରାଞ୍ଚର ସାଇଣ୍ଟିଫିକ ଟିମ ଦୁଇଟି କାରରୁ ଦୁଇଟି ଗୁଳି ଖୋଜିବାକୁ ଚେଷ୍ଟା ଜାରିରଖିଥିଲେ।

Leave A Reply

Your email address will not be published.