ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ମାମଲା: ପାଇଖାନା ଟାଙ୍କିରୁ ମିଳିଲା ଗୋପାଳର ହାତଲେଖା ଚିଠି

ଝାରସୁଗୁଡ଼ା : ଝାରସୁଗୁଡାରେ ନବ କିଶୋର ଦାସଙ୍କ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚର ରାତି ଅଧିଆ ଛାନଭିନ୍ । ଗତକାଲି ଦିନ ତମାମ କ୍ରାଇମବ୍ରାଞ୍ଚର ଛାନଭିନ ପରେ କିଛି ସୁରାଗ ପାଇଁ ଝାରସୁଗୁଡା ବିମାନ ବନ୍ଦର ଥାନା ପାଇଖାନl ଟାଙ୍କିରେ ଖୋଳାଖୋଳି କରାଯାଇଛି । ଗୋପାଳର ହାତ ଲେଖା ଚିଠି ସେଠାରୁ ମିଳିଛି ।

ଚିଠିରେ ଆଂଶିକ ଲେଖା ଲିଭି ଯାଇଥିବାରୁ ଚିଠିକୁ ଫରେନସିକ ଲ୍ୟାବ ପଠାଯାଇଛି । ହତ୍ୟାକାଣ୍ଡ ଦିନ ଅଭିଯୁକ୍ତ ଗୋପାଳ ଏୟାରପୋର୍ଟ ଥାନାକୁ ନିଆ ଯାଇଥିଲା l ସେଠି ଗୋପାଳ କାଗଜରେ କିଛି ତଥ୍ୟ ଲେଖି ଛାଡି ଥିବା ନେଇ ଜଣାପଡ଼ିଥିଲା । ଗତକାଲି ରାତିରେ ପାଇଖାନା ଟାଙ୍କିକୁ ଖୋଲା ଯାଇଥିଲା । ସେଠାରୁ ଗୋପାଳର ହାତ ଲେଖା ଚିଠି ମିଳିଛି । ଏହି ଚିଠିରୁ କିଛି ବଡ଼ ସୁରାକ ମିଳିପାରେ ବୋଲି ଅନୁମାନ କରାଯାଉଛି ।

Leave A Reply

Your email address will not be published.