ଆଇପିଏଲର ୧୬ତମ ସଂସ୍କରଣ ପାଇଁ ଆସନ୍ତାକାଲି ନିଲାମୀ ପ୍ରକ୍ରିୟା, ୪୦୫ ଖେଳାଳୀଙ୍କ ମଧ୍ୟରୁ ନିଲାମ ହେବେ ୮୭ ଜଣ

ନୂଆଦିଲ୍ଲୀ: ଆଇପିଏଲର ୧୬ତମ ସଂସ୍କରଣ ପାଇଁ ଆସନ୍ତାକାଲି କୋଚିରେ ହେବ ମିନି ନିଲାମୀ ପ୍ରକ୍ରିୟା । ନିଲାମୀ ପ୍ରକ୍ରିୟାରେ ସାମିଲ ହେବେ ମୋଟ ୪୦୫ ଖେଳାଳୀ। ସେମାନଙ୍କ ଭିତରୁ ୮୭ ଜଣ ଖେଳାଳୀ ନିଲାମ ହେବେ ବୋଲି ଜଣାପଡିଛି । ନିଲାମୀରେ ୨୭୩ ଜଣ ଭାରତୀୟ ଖେଳାଳି ଏବଂ ୧୨୩ ଜଣ ବିଦେଶୀ ଖେଳାଳି ରହିଛନ୍ତି । ୧୨୩ ବିଦେଶୀ ଖେଳାଳିଙ୍କ ମଧ୍ୟରୁ ୪ଜଣ ଆସୋସିଏଟ୍ ଦେଶର ରହିଛନ୍ତି । ମୋଟ ୧୧୯ ଜଣ କ୍ୟାପ୍ଡ ଏବଂ ୨୮୨ ଜଣ ଅନକ୍ୟାପ୍ଡ ଖେଳାଳି ନିଲାମରେ ସାମିଲ ହେବେ ।
ନିଲାମ ଶେଷରେ ପ୍ରତି ଟିମ୍ ପାଖରେ ଅତିକମରେ ୧୮ ଖେଳାଳି ଏବଂ ସର୍ବାଧିକ ୨୫ ଖେଳାଳି ରହିପାରିବେ । ପ୍ରତି ଟିମରେ ସର୍ବାଧିକ ୮ଜଣ ବିଦେଶୀ ଖେଳାଳି ରହିବେ । ସନରାଇଜର୍ସ ହାଇଦ୍ରାବାଦ ପର୍ସରେ ସର୍ବାଧିକ ୪୨ କୋଟି ୨୫ ଲକ୍ଷ ଟଙ୍କା ରହିଛି । ସେହିପରି ପଞ୍ଜାବ କିଙ୍ଗସ୍ ପର୍ସରେ ୩୨ କୋଟି ୨୦ ଲକ୍ଷ, ଲକ୍ଷେ୍ନø ସୁପରଜାଏଂଟସ ପର୍ସରେ ୨୩ କୋଟି ୩୫ଲକ୍ଷ ଟଙ୍କା, ମୁମ୍ବାଇ ଇଣ୍ଡିଆନ୍ସ ପର୍ସରେ ୨୦ କୋଟି ୫୫ ଲକ୍ଷ ଟଙ୍କା ଅଛି । କୋଲକାତା ନାଇଟ୍ ରାଇଡର୍ସ ପର୍ସରେ ସର୍ବନିମ୍ନ ୭ କୋଟି ୫ଲକ୍ଷ ଟଙ୍କା ରହିଛି ।