ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସିଜ୍ ହେଲା ଖଣି ମାଲିକ ଜିତୁ ପଟ୍ଟନାୟକଙ୍କ ସମ୍ପତ୍ତି: ୧୩୩ କୋଟିର ଫିକ୍ସ ଡିପୋଜିଟ୍‌ ସହ ନଗଦ ୬୯ ଲକ୍ଷ ଟଙ୍କା ଜବତ କଲା ଇଡି

ଖୋର୍ଦ୍ଧା: ସିଜ୍ ହେଲା ଖଣି ମାଲିକ ଜିତେନ୍ଦ୍ର ନାଥ ପଟ୍ଟନାୟକ ସମ୍ପତ୍ତି । ଇଡିର ଚଢ଼ାଉରେ ୧୩୩ କୋଟିର ଫିକ୍ସ ଡିପୋଜିଟ୍‌ ସିଜ୍ ହୋଇଥିବାବେଳେ ୬୯ ଲକ୍ଷ ଟଙ୍କା ଜବତ କରିଥିଲା ଇଡି । ଏହି ସବୁ ସମ୍ପତ୍ତିକୁ ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ସୂଚନା ଅନୁସାରେ ବେଆଇନ ଖଣି କାରବାର ଓ ମନି ଲଣ୍ଡରିଂ ମାମଲାରେ ବୁଧବାର ଖଣି ମାଲିକ ତଥା ଚମ୍ପୁଆର ବିଧାୟକ ଜିତୁ ପଟ୍ଟନାୟକଙ୍କ ଘରେ ରେଡ୍ କରିଥିଲା ଇଡି । ଜିତେନ୍ଦ୍ରଙ୍କ ଚାରୋଟି ଖଣି ଉପରେ ଚଢାଉ କରିଛି ତଦନ୍ତକାରୀ ସଂସ୍ଥା । ଟଙ୍କା ହେରଫେର ଅଭିଯୋଗରେ ଚଢାଉ କରାଯାଇଥିଲା । ଗତକାଲି ସକାଳ ୮ଟାରୁ ଯୋଡାର ୨ଟି ଓ ଭୁବନେଶ୍ବରର ଦୁଇଟି ସ୍ଥାନରେ ଚଢ଼ାଉ ଜାରି ହୋଇଥିଲା । ଭିଜିଲାନ୍ସ ପକ୍ଷରୁ ରୁଜୁ ହୋଇଥିବା ଏକ ମାମଲା ଆଧାରରେ ଇଡି ରେଡ୍ କରିଛି ।

Leave A Reply

Your email address will not be published.