ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଛତିଶଗଡରେ ଚୂନ ପଥର ଖଣି ଭୁଶୁଡି ୭ ମୃତ, ଉଦ୍ଧାର କାର୍ଯ୍ୟ ଜାରି

ରାୟପୁର: ଆଜି ଛତିଶଗଡର ବସ୍ତର ଜିଲ୍ଲାରେ ଥିବା ଏକ ଚୂନ ପଥର ଖଣିରେ ବଡ ଧରଣର ଅଘଟଣ ଘଟିଛି । ବସ୍ତରର ମାଲଗାଓଁରେ ଚୂନ ପଥର ଖଣି ଭୁଶୁଡ଼ି ପଡ଼ିବାରୁ ୭ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୬ ଜଣ ମହିଳା ଏବଂ ଜଣେ ପୁରୁଷ ଅଛନ୍ତି | ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟଜାରି ରହିଛି।

କୁହାଯାଉଛି ଯେ ମାଟି ତଳେ ଆହୁରି ୧୨ରୁ ଅଧିକ ଲୋକ ଫସି ରହିଛନ୍ତି । ସୂଚନା ପାଇ ଏନଡିଆରଏଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଆରମ୍ଭ କରିଛି | ତେବେ ଘଟଣା କିପରି ଘଟିଲା ସେ ନେଇ ଏପର୍ଯ୍ୟନ୍ତ କୌଣସି ତଥ୍ୟ ମିଳିପାରି ନାହିଁ।

Leave A Reply

Your email address will not be published.