ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିଦେଶରେ ଡାକ୍ତରୀ ପଢ଼ିବାକୁ ମନ, ରୋଗୀ ଦେଖିବାକୁ ମାତ୍ର ୧୪% ଯୋଗ୍ୟ

ଭୁବନେଶ୍ୱର : ବିଦେଶରେ ଡାକ୍ତରୀ ପଢ଼଼ୁଥିବା ଭାରତୀୟଙ୍କ ସଂଖ୍ୟା ବିଗତ ଦଶ ବର୍ଷ ମଧ୍ୟରେ ୪ଗୁଣା ବଢ଼଼ିଛି। ଭାରତରେ ଡାକ୍ତରୀ ପଢ଼଼ିବାର ସୁଯୋଗ ନ ପାଇଁ ପ୍ରତି ବର୍ଷ ହଜାର ହଜାର ଛାତ୍ରଛାତ୍ରୀ ବିଦେଶରେ ମେଡିକାଲ୍‍ ପଢ଼଼ିବାକୁ ପାଇଁ ଯାଉଛନ୍ତି। ଡାକ୍ତରୀ ପଢ଼଼ୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ବଢ଼଼ିଛି ସତ, ହେଲେ ଏଫଏମଜିଇ(ଫରେନ୍‍ ମେଡିକାଲ୍‍ ଗ୍ରାଜୁଏଟ୍‍ ଏକ୍‍ଜାମିନେସନ)ର ସଫଳତା ହାର ଅପେକ୍ଷାକୃତ କମିଛି। ୨୦୧୦ ମସିହାରେ ଏମଜିଇର ସଫଳତା ହାର ୨୬ ପ୍ରତିଶତ ଥିବାବେଳେ ୨୦୨୦ ମସିହାରେ ଏହା ୧୪%ରେ ପହଞ୍ଚିଛି। ଓଡ଼ିଶାର ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି। ତେବେ କୋଟି କୋଟି ଟଙ୍କା ସାରି ବିଦେଶରେ ଡାକ୍ତରୀ ପଢ଼଼ିବାକୁ ଯାଉଥିବା ପିଲାଙ୍କ ଡାକ୍ତରୀ ଶିକ୍ଷାର ଗୁଣାତ୍ମକତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଜାତୀୟ ମେଡିକାଲ କମିଶନ(ଏନଏମସି)ର ତଥ୍ୟ ଅନୁଯାୟୀ ୨୦୧୦ରୁ ୨୦୨୧ ମସିହା ମଧ୍ୟରେ ଦେଶର ୨,୩୨,୯୭୩ ଜଣ ଛାତ୍ରଛାତ୍ରୀ ଏଫଏମଜିଇ ପରୀକ୍ଷା ଦେଇଛନ୍ତି। ସେମାନଙ୍କ ମଧ୍ୟରେ ମାତ୍ର ୪୩,୯୩୭ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ମାତ୍ର ୧୮.୯ ପ୍ରତିଶତ ଛାତ୍ରଛାତ୍ରୀ ପରୀକ୍ଷାରେ ସଫଳ ହୋଇଥିବାବେଳେ ଅବଶିଷ୍ଟ ୮୧% ଛାତ୍ରଛାତ୍ରୀ ଏହି ପରୀକ୍ଷାରେ ସଫଳ ହୋଇ ପାରିନାହାନ୍ତି। ତେବେ ବିଦେଶରେ ଏମବିବିଏସ ପଢ଼଼ି ଭାରତ ଫେରୁଥିବା ଡାକ୍ତରୀ ପିଲାଙ୍କୁ ସିଧାସଳଖ ଚିକିତ୍ସା ତଥା ପ୍ରାକ୍ଟିସ୍‍(ଡାକ୍ତରୀ ଅଭ୍ୟାସ) ପାଇଁ ସୁଯୋଗ ମିଳି ନଥାଏ। ଏଥି ପାଇଁ ସେମାନଙ୍କୁ ଏନ୍‍ବିଇ(ନେସନାଲ୍‍ ବୋର୍ଡ଼ ଅଫ୍‍ ଏକଜାମିନେସନ୍‍) ଦ୍ୱାରା ଆୟୋଜିତ ଏଫ୍‍ଏମ୍‍ଜିଇରେ ଉତ୍ତୀର୍ଣ୍ଣ ହେବାକୁ ପଡ଼େ। ତେବେ ବ୍ରିଟେନ୍‍, ଆମେରିକା, ଅଷ୍ଟ୍ରେଲିଆ, କାନାଡ଼ା, ନ୍ୟୁଜଲାଣ୍ଡ ଆଦି ଦେଶରେ ଡାକ୍ତରୀ ପଢ଼଼ୁଥିବା ପିଲାଙ୍କ ପାଇଁ ଏଫଏମଜିଇ ବାଧ୍ୟତାମୂଳକ ନୁହଁ।

ଅପରପକ୍ଷେ ବିଦେଶରେ ଏମବିବିଏସ ପଢ଼଼ୁଥିବା ପିଲାଙ୍କ ସଂଖ୍ୟା ଏବେ ୪ଗୁଣା ବଢ଼଼ିଛି। ୨୦୧୦ ମସିହାରେ ୧୦,୨୦୭ ଜଣ ଛାତ୍ରଛାତ୍ରୀ ଏଫଏମଜିଇ ପରୀକ୍ଷା ଦେଇଥିବାବେଳେ ୨,୬୫୩ ଜଣ ପରୀକ୍ଷାରେ ସଫଳ ହୋଇଛନ୍ତି। ସେହିପରି ୨୦୧୩ରେ ୧୩,୨୭୧ ଜଣ ପରୀକ୍ଷା ଦେଇଥିବାବେଳେ ୩,୫୭୫ ଜଣ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଥିବାବେଳେ ୨୦୨୧ ମସିହାରେ ୪୧,୭୩୯ ଜଣ ପରୀକ୍ଷା ଦେଇଥିବାବେଳେ ୯,୯୪୮ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଅପରପକ୍ଷେ ବିଦେଶରୁ ଏମ୍‍ବିବିଏସ୍‍ ପଢ଼଼ି ଭାରତର ଦକ୍ଷତା ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ନୈରାଶ୍ୟ ପ୍ରଦର୍ଶନ ବିଦେଶର ଶିକ୍ଷାର ଗୁଣାତ୍ମକମାନ ପ୍ରତି ଆଙ୍ଗୁଠି ଉଠାଇଛି। ହାରାହାରି ଭାବେ ଜଣେ ଡାକ୍ତରୀ ଛାତ୍ର ପ୍ରାୟ ଅଧକୋଟିରୁ ଅଧିକ ଟଙ୍କା ସାରି ଅଭିଭାବକମାନେ ପିଲାଙ୍କୁ ବିଦେଶରେ ଡାକ୍ତରୀ ପଢ଼଼ାଉଛନ୍ତି। ହେଲେ ପଢ଼଼ା ଶେଷ ହେବା ପରେ ଡାକ୍ତରୀ ଅଭ୍ୟାସ(ମେଡିକାଲ ପ୍ରକ୍ଟିସ୍‍) ପାଇଁ ପ୍ରବେଶିକାରେ କୃତକାର୍ଯ୍ୟ ହୋଇ ପାରୁ ନାହାନ୍ତି।

ଯାହାକି ବିଦେଶ ଡାକ୍ତରୀ ଶିକ୍ଷାର ଗୁଣବତ୍ତାକୁ ଦର୍ଶାଉଛି। ତେବେ ଏ ସମ୍ପର୍କରେ ଏସସିବି ମେପିକାଲ କଲେଜର ଆସିଷ୍ଟାଣ୍ଟ ପ୍ରଫେସର ଅଜୟ ନାୟକ କହନ୍ତି ବିଦେଶରେ ଏମ୍‍ବିବିଏସ୍‍ ଅଧ୍ୟୟନ କରିବା ଖର୍ଚ୍ଚ ଭାରତ ତୂଳନାରେ ଯଥେଷ୍ଟ କମ୍‍। ପ୍ରତିବର୍ଷ ୧୬ ଲକ୍ଷ ପିଲା ନିଟ୍‍ ପରୀକ୍ଷା ଦେଉଥିବାବେଳେ ୮ ଲକ୍ଷ କୃତକାର୍ଯ୍ୟ ହେଉଛନ୍ତି। ସେମାନଙ୍କ ମଧ୍ୟରୁ ପାଖାପାଖି ୧ଲକ୍ଷ ପିଲାଙ୍କୁ ସିଟ୍‍ ମିଳୁଛି। ବଳକା ପିଲା ବିଦେଶରେ ଡାକ୍ତରୀ ପଢ଼଼ିବାକୁ ପସନ୍ଦ କରୁଛନ୍ତି। ହେଲେ ବିଡ଼ମ୍ବନାର ବିଷୟ ହେଉଛି ମାତ୍ର ୮ରୁ ୧୦ ପ୍ରତିଶତ ପିଲା ଏଫ୍‍ଏମ୍‍ଜିଇରେ କୃତକାର୍ଯ୍ୟ ହେଉଛନ୍ତି। ବିଦେଶରେ ମେଡିକାଲ୍‍ ଶିକ୍ଷା ସେତେଟା ଗୁଣାତ୍ମକ ହୋଇ ପାରୁନି। ତେବେ ରାଜ୍ୟର ସ୍ଥିତି ପୂର୍ବ ଅପେକ୍ଷା ଅନେକ ସୁଧୁରିଛି। ୫ ବର୍ଷରେ ମେଡିକାଲ୍‍ ସିଟ୍‍ ପ୍ରାୟ ୩ଗୁଣା ବଢ଼଼ିଛି। ବିଦେଶରେ ଡାକ୍ତରୀ ପଢ଼଼ା ପାଇଁ ଶିକ୍ଷାନୁଷ୍ଠାନ ଚୟନ ପୂର୍ବରୁ ଶିକ୍ଷାନୁଷ୍ଠାନ ସମ୍ପର୍କିତ ତର୍ଜମା ଭଲଭାବେ କରିବା ଜରୁରୀ।

Leave A Reply

Your email address will not be published.