ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିଜେଡିରେ ଯୋଗଦେଲେ ମିନତୀ ପଟ୍ଟନାୟକ, ପୂର୍ବରୁ କୋଟିଏରୁ ଉର୍ଦ୍ଧ୍ବ ଟଙ୍କା ଦାନ କରି ଚର୍ଚ୍ଚାରେ ଥିଲେ

କଟକ: କୋଟିଏରୁ ଅଧିକ ଟଙ୍କାର ସମ୍ପତ୍ତି ରିକ୍ସା ଚାଳକଙ୍କ ନାମରେ ଲେଖି ଦେଇଥିବା କଟକ ସୂତାହାଟ ଅଞ୍ଚଳର ମହିଳା ମିନତୀ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ମିଶିଛନ୍ତି । ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ଏହି ଅବସରରେ ଓଡ଼ିଶା ମୋ ପରିବାର କଟକ ସିଟି ସଂଯୋଜକ ରଞ୍ଜନ ବିଶ୍ୱାଳ ଉପସ୍ଥିତ ଥିଲେ । ମିନତୀ ଜଣେ ଉଚ୍ଚଶି୭ିତା ହୋଇଥିବାବେଳେ ରୋଗରେ ସ୍ୱାମୀଙ୍କ ଦେହାନ୍ତ ଘଟିଥିଲା । ସେପଟେ ମିନତୀଙ୍କ ସେବା ଶୁସ୍ରୁଶା କରିଆସୁଥିବା ଜଣେ ରିକ୍ସା ଚାଲକଙ୍କୁ ତାଙ୍କର ସମସ୍ତ ସମ୍ପତ୍ତି ହସ୍ତାନ୍ତର କରିଥିଲେ । ଯାହା ରାଜ୍ୟରେ ପ୍ରମୁଖ ଖବର ପାଲଟିଥିଲା ।

Leave A Reply

Your email address will not be published.