ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କ୍ରିପ୍ଟୋ କରେନ୍ସି ଆଳରେ କୋଟିଏ ଠକେଇ

ଭୁବନେଶ୍ୱର: ରାତାରାତି ଲୋକେ କୋଟିପତି ହେବାକୁ ସ୍ୱପ୍ନ ଦେଖୁଛନ୍ତି। ଯେଉଁଥି ପାଇଁ ଟଙ୍କା ଲୋଭରେ ଠକାମିର ଶିକାର ହେଉଛନ୍ତି। ତେଣୁ ଏବେ ଲୋକେ କୋଟିପତି ହେବା ଆଶାରେ କ୍ରିଫ୍ଟୋ କରେନ୍ସି ପଛରେ ପଡ଼ିଛନ୍ତି। ଏହାକୁ ନଜରରେ ରଖି କିଛି ଠକ ସଂସ୍ଥା ଲୋକଙ୍କୁ କିଫ୍ଟୋ କରେନ୍ସିରେ ଟଙ୍କା ବିନିଯୋଗ କରି ଲାଭବାନ ହେବାକୁ ସ୍ୱପ୍ନ ଦେଖାଉଛନ୍ତି। ଆଉ ଲୋକେ ଲୋଭରେ ପଡ଼ି ଟଙ୍କା ବିନିଯୋଗ କରିବା ପରେ ରାକେଟ୍‌‌ର ମାଷ୍ଟରମାଇଣ୍ଡ ଟଙ୍କା ଲୁଟି ନେଉଛନ୍ତି। ଏବେ ରାଜଧାନୀରେ ଏହି କ୍ରିପ୍ଟୋ କରେନ୍ସି ଠକେଇ ରାକେଟ୍‌‌ ସକ୍ରିୟ ହୋଇଛି। ଏହି ରାକେଟ୍‌‌ ବିଦେଶରୁ ଅପରେଟ୍‌‌ ହେଉଛି। କ୍ରିପ୍ଟୋ ଲୋଭରେ ପଡ଼ି ନୂଆପଲ୍ଲୀ କୃଷ୍ଣବଳରାମ ବିହାରରେ ରହୁଥିବା ଦିବ୍ୟଜ୍ୟୋତି କର ୧ଲକ୍ଷ ୨୭ ହଜାର ଟଙ୍କା ଠକାମିର ଶିକାର ହୋଇଛନ୍ତି।

ଏନେଇ ସେ ଇଓଡବ୍ଲ୍ୟୁ (ଅର୍ଥନୈତିକ ଅପରାଧ ଶାଖା)ରେ ଅଭିଯୋଗ କରିବା ପରେ ଇଓଡବ୍ଲ୍ୟୁ ଓଲିଭିଆ ଜେମ୍ସ, ଭିସାଲ ଶଖାରାମ ଉତ୍‌‌କର ଏବଂ କ୍ରିଷ୍ଣାନନ୍ଦ ଏନ୍‌‌ ନାମରେ ମାମଲା ରୁଜୁ କରି ତଦନ୍ତ କରୁଛି। ଇଓଡବ୍ଲ୍ୟୁ ତଦନ୍ତ ପରେ ଜାଣିବାକୁ ପାଇଛି ଏହି ରାକେଟ୍‌‌ ଦେଶ ବାହାରୁ ଅପ୍‌‌ରେଟ୍‌‌ ହେଉଥିବା ବେଳେ ଓଡ଼ିଶାରୁ ମୁଖ୍ୟତଃ କୋଟିଏରୁ ଊର୍ଦ୍ଧ୍ବ ଟଙ୍କା ଠକେଇ କରିଛି। ଅଭିଯୋଗ ଅନୁସାରେ, ଗତ ବର୍ଷ ଅକ୍ଟୋବର ୨୮ ତାରିଖରେ ତାଙ୍କ ନିକଟକୁ ହ୍ୱାଟ୍ସଆପ୍‌‌, ଟେଲିଗ୍ରାମ୍‌‌ ଏବଂ ଇନ୍‌‌ଷ୍ଟାଗ୍ରାମ୍‌‌କୁ ଏକ ମେସେଜ୍‌‌ ଆସିଥିଲା। ଓଲିଭିଆ ନାମକ ଯୁବତୀ ତାଙ୍କ ସହ କଥା ହୋଇଥିଲେ। ଯୁବତୀ ଜଣଙ୍କ ନିଜକୁ ଗେଟ୍‌‌ସୋ କମ୍ପାନୀର ମ୍ୟାନେଜର ବୋଲି ପରିଚୟ ଦେଇଥିଲେ। ତାଙ୍କ କମ୍ପାନୀ କ୍ରିଫ୍ଟୋ କରେନ୍ସିରେ ଟଙ୍କା ବିନିଯୋଗ କରାଉଛନ୍ତି। ତେଣୁ ତୁମେ ଏଥିରେ ଟଙ୍କା ବିନିଯୋଗ କର କୋଟିପତି ହୋଇଯିବ ବୋଲି ସ୍ୱପ୍ନ ଦେଖାଇଥିଲେ।

ଏପରିକି ତାଙ୍କ କମ୍ପାନୀର ପ୍ରତିଦିନ ୬ପ୍ରତିଶତ ଅଧିକ ରିଟର୍ଣ୍ଣ ଦେଉଥିବା କହିଥିଲେ। ପ୍ରତିଦିନ ଟଙ୍କା ବିନିଯୋଗ କରି ଲାଭ ଟଙ୍କାକୁ ମଧ୍ୟ ଉଠାଇ ପାରିବେ ବୋଲି କହିଥିଲେ। ଏପରିକି ଦିବ୍ୟଜ୍ୟୋତିଙ୍କ ମନରେ ବିଶ୍ୱାସ ଜମାଇବା ପାଇଁ ଏକ ଭିଡିଓ ପଠାଇଥିଲେ। ଯେଉଁଥିରେ ଜଣେ ବ୍ୟକ୍ତି ତାଙ୍କ କମ୍ପାନୀ ଦ୍ୱାରା କ୍ରିପ୍ଟୋ କରେନ୍ସିରେ ଟଙ୍କା ବିନିଯୋଗ କରି କୋଟିପତି ହୋଇଛନ୍ତି। ତେଣୁ ତାଙ୍କ ନିକଟରେ କୋଟି କୋଟି ଟଙ୍କା ହେବାରୁ ସେ ଗରିବଙ୍କ ପାଇଁ ବିଭିନ୍ନ ସାମଗ୍ରୀ ଦାନ କରୁଛନ୍ତି। ତେଣୁ ଏଭଳି ଫେକ୍‌‌ ଭିଡିଓ ଦିବ୍ୟଜ୍ୟୋତିଙ୍କ ନିକଟକୁ ପଠାଇଥିଲେ। ଦିବ୍ୟଜ୍ୟୋତି ଭିଡିଓ ଦେଖିବା ପରେ ସେ ମଧ୍ୟ କୋଟିପତି ହେବାକୁ ଇଚ୍ଛା କରିଥିଲେ। ତେଣୁ ଓଲିଭିଆ କରିବା ଅନୁସାରେ ତାଙ୍କ ମୋବାଇଲ୍‌‌କୁ ଏକ ଲିଙ୍କ୍‌‌ ପଠାଇଥିଲେ। ଏହି ଲିଙ୍କ୍‌‌ ଉପରେ କ୍ଲିକ୍‌‌ କରିବା ପରେ ଏକ ୱେବ୍‌‌ସାଇଟ୍‌‌ ଖୋଲିଥିଲା।

ଏହି ୱେବ୍‌‌ସାଇଟ୍‌‌ ଖୋଲିବା ପରେ ସେଥିରେ ନିଜର ସମସ୍ତ ତଥ୍ୟ ଦେଇ ରେଜିଷ୍ଟେସନ କରିଥିଲେ ଦିବ୍ୟଜ୍ୟୋତି। ପରେ ତାଙ୍କୁ କ୍ରିଫ୍ଟୋର ଏକ ଗ୍ରୁପ୍‌‌ରେ ଆଡ୍‌‌ କରିଥିଲେ। ରେଜିଷ୍ଟେସନ କରିବା ପରେ ସେଥିରେ ୟୁପିଆଇ ମାଧ୍ୟମରେ ୧ଲକ୍ଷ ୨୭ ହଜାର ଟଙ୍କା ବିନିଯୋଗ କରିଥିଲେ। ପ୍ରଥମେ ଠକ ତାଙ୍କୁ ଲାଭ ଟଙ୍କା ଦେଇଥିଲେ। ହେଲେ ଦିବ୍ୟଜ୍ୟୋତି ଅଧିକ ଟଙ୍କା ବିନିଯୋଗ କରିବା ପରେ ୱେବ୍‌‌ସାଇଟ୍‌‌, ଆପ୍ଲିକେସନ୍‌‌ ଖୋଲିନଥିଲା। ଏପରିକି ଇନ୍‌‌ଷ୍ଟାଗ୍ରାମ୍‌‌ ଏବଂ ଟ୍ୱିଟ୍‌‌ରକୁ ବନ୍ଦ କରି ଦେଇଥିଲେ। ଦିବ୍ୟଜ୍ୟୋତି ଓଲିଭିଆଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସେ ତାଙ୍କ ଫୋନ୍‌‌ ନମ୍ବରକୁ ବ୍ଲକ କରି ଦେଇଥିଲେ। ଦିବ୍ୟଜ୍ୟୋତି ଠକାମିର ଶିକାର ହୋଇଥିବା ଜାଣିବାକୁ ଯାଇଥିଲେ। ବ୍ୟାଙ୍କ୍‌‌ରେ ଯାଞ୍ଚ ପରେ ଜଣାପଡ଼ିଥିଲା ଯେ, ସଖାରାମ୍‌‌ ଉତ୍‌‌କାରଙ୍କ ବ୍ୟାଙ୍କ୍‌‌ ଆକାଉଣ୍ଟକୁ ଟଙ୍କା ଯାଇଛି।

Leave A Reply

Your email address will not be published.