ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭିଜିଲାନ୍ସ ପଞ୍ଝାରେ କୋଟିପତି ଶିକ୍ଷକ, ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ

ରାୟଗଡା: ଭିଜିଲାନ୍ସ ଜାଲରେ କୋଟିପତି ଶିକ୍ଷକ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାୟଗଡା ବିଇଓ ଅଫିସରେ କାର୍ଯ୍ୟରତ ଶିକ୍ଷକ ଶିଶିର ସେମେକିଙ୍କ ଘର ସମେତ ୬ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଛି । ଚଢାଉ ବେଳେ କୋଟିଏରୁ ଅଧିକ ଆୟବହିର୍ଭୂତ ସଂପତ୍ତି ଠାବ କରିଛି ଭିଜିଲାନ୍ସ । ତାଙ୍କ ସଂପତ୍ତି ଆକଳନ ଜାରି ରହିଥିବା ଜଣାପଡିଛି । ଜବତ ସଂପତ୍ତି ମଧ୍ୟରେ ରହିଛି ୨ ଲକ୍ଷ ୮୮ ହଜାର ନଗଦ ଟଙ୍କା, ୪୦୮ ଗ୍ରାମ ସୁନା , ୨୨୯ ଗ୍ରାମ ରୁପା ଗହଣା, ୨ଟି ତିନି ମହଲା କୋଠା, ୩ଟି ଦୁଇ ମହଲା କୋଠା, ୨୧ ଲକ୍ଷ ୬୮ ହଜାର ବ୍ୟାଙ୍କଜମା, ଗୋଟିଏ ଇନୋଭା ଓ ଗୋଟିଏ ବୋଲେରୋ ।

Leave A Reply

Your email address will not be published.