bitcoin
Bitcoin (BTC) 2,299,396.65 0.38%
ethereum
Ethereum (ETH) 148,983.32 3.06%
tether
Tether (USDT) 77.51 0.13%
bnb
BNB (BNB) 24,948.76 3.04%
usd-coin
USD Coin (USDC) 77.59 0.04%
xrp
XRP (XRP) 31.02 2.04%
binance-usd
Binance USD (BUSD) 77.51 0.12%
cardano
Cardano (ADA) 38.86 3.60%
solana
Solana (SOL) 3,587.14 5.90%
dogecoin
Dogecoin (DOGE) 6.26 3.56%

ଅମାପ ସମ୍ପତ୍ତିର ମାଲିକ ଜୁନିଅର ଭେଟେନାରି ଅଫିସର : ଠାବ ହେଲାଣି ୯୦ ପ୍ଲଟ, ୪ଟା ବିଲଡିଂ, ୪ଟା ଫ୍ଲାଟ୍

ଭୁବନେଶ୍ବର : ଭୁବନେଶ୍ୱର ରଘୁନାଥପୁରର ପ୍ରାଣୀଧନ ନିରୀକ୍ଷକ ଜଗନ୍ନାଥ ରାଉତଙ୍କ ସମ୍ପତ୍ତି ଦେଖି କାବା ଭିଜିଲାନ୍ସ ଅଧିକାରୀ । ଏଯାବତ୍ ପାଖାପାଖି ୧୦ କୋଟି ଟଙ୍କାର ସମ୍ପତ୍ତି ଠାବ କଲାଣି ଭିଜିଲାନ୍ସ । ଚଢାଉ ବେଳେ ଅଧ କେଜି ସୁନା, ୨୫୦ ଗ୍ରାମର ରୂପା ଓ ୧୦ ଗ୍ରାମରୁ ଅଧିକ ହୀରା ଜବତ ହୋଇଥିବା ସୂଚନା ମିଳିଛି ।

ଆୟଠୁ ଅଧିକ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ବାସଭବନ ସମେତ ୯ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ । ସେହିପରି କଟକ ଓ ଭୁବନେଶ୍ୱରରେ ୯୦ଟି ପ୍ଲଟ୍ ଅଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ଚଢାଉ ଚାଲିଛି । ଭୁବନେଶ୍ୱରରେ ଜଗନ୍ନାଥ ରାଉତଙ୍କ ନାଁରେ ୪ଟି ବିଲ୍ଡିଂ ଓ ୩ଟି ଫ୍ଲାଟ୍ ରହିଛି । କଟକରେ ଗୋଟିଏ ଆଉଟ୍ ହାଉସ୍ ଠାବ କରାଯାଇଛି ।

ଜଗନ୍ନାଥ ରାଉତଙ୍କ ରଘୁନାଥପୁରରେ ଥିବା ରୟାଲ ଲାଗୁନ ଆପାର୍ଟମେଂଟରେ ଥିବା ଘର, ରଘୁନାଥପୁର ଗାଁରେ ଥିବା ଦୁଇଟି ତିନି ମହଲା ଘର, ଅନ୍ୟ ଏକ ଦୁଇ ମହଲା ଘର, ଗାଁ ପୋଖରୀ ନିକଟରେ ଥିବା ଏକ ମହଲା କୋଠାରେ ଚଢାଉ କରାଯାଉଛି । ଗ୍ରୀନ୍ ଆପାର୍ଟମେଂଟରେ ଥିବା ଫ୍ଲାଟ, ଭୁବନେଶ୍ୱର କଳାରାହାଙ୍ଗରେ ଥିବା ଅଫିସରେ  ଭିଜିଲାନ୍ସ ପକ୍ଷରୁ ରେଡ୍ କରାଯାଉଛି । ଚଢାଉରେ ପାଇଁ ୫ ଜଣ ଡି.ଏସ.ପିକୁ ନେଇ ଟିମ ଗଠନ କରାଯାଇଥିଲା । ଯେଉଁଥିରେ ୧୦ ଜଣ ଇନସପେକ୍ଟର ଓ କିଛି କର୍ମଚାରୀ ରହିଛନ୍ତି ।

Leave a comment