ଟ୍ବିନ୍ ସିଟିରେ ପ୍ରବାସୀ ବଢାଉଛନ୍ତି ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ କରୋନା ଟେଷ୍ଟିଂ ବଢ଼ିଛି ତେଣୁ ସଂକ୍ରମଣ ହାର ମଧ୍ୟ ବଢୁଛି। ହେଲେ ଗତ ୪ରୁ ୫ ଦିନ ଭିତରେ ଏହା ସ୍ଥିର ଅଛି । ସମାନ୍ତରଳ ସ୍ଥିତିରେ ଚାଲିଛି । କଟକ ଓ ଭୁବନେଶ୍ୱରରେ ପ୍ରବସୀ ଫେରିବା ବନ୍ଦ ହୋଇନି ଏହା ମଧ୍ୟ ସଂକ୍ରମଣ ବଢ଼ିବାର ଆଉ ଏକ କାରଣ । ରାଜ୍ୟରେ ଉପଲବ୍ଧ ମୋଟ ଆଇସିୟୁ ମଧ୍ୟରୁ ୮୦ ପ୍ରତିଶତ ଆଇସିୟୁରେ ରୋଗୀ ଚିକିତ୍ସିତ ହେଉଥିଲ । ଆଜି ଏହି ସଂଖ୍ୟା ୭୯ ପ୍ରତିଶତକୁ ହ୍ରାସ ହୋଇଛି । ସେହିଭଳି ୫୦ ପ୍ରତିଶତ ଭେଣ୍ଟିଲେଟରରେ ଗୁରୁତର ରୋଗୀ ଚିକିତ୍ସିତ ହେଉଛନ୍ତି । ସେମାନେ ମଧ୍ୟରୁ କିଏ ୧୦ ଦିନ, କିଏ ୧୫ ଦିନ ଓ କିଏ ୨୦ ଦିନ ହେଲା ଚିକିତ୍ସିତ ହେଉଛନ୍ତି । ଚିହ୍ନଟ ୧୦୦ ସଂକ୍ରମିତଙ୍କ ମଧ୍ୟରୁ ୮୦ ଜଣ ଲକ୍ଷ୍ୟଣବିହୀନ, ୧୫ ଜଣଙ୍କ ସାମାନ୍ୟରୁ ମଧ୍ୟମଧରଣର ଲକ୍ଷଣ ଓ ୫ ଜଣଙ୍କ ଅବସ୍ଥା ଗୁରୁତର ଥାଏ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ବିଜୟ ମହାପାତ୍ର ।