ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କେନ୍ଦୁଝର ଜିଲ୍ଲାର ବିଲ୍ଲା ଛକ ନିକଟରେ ମିଗ୍‌-୨୩ ବିମାନ, ଦେଖିବାକୁ ଲୋକଙ୍କ ଭିଡ଼

କେନ୍ଦୁଝର/ପାଟଣା : କେନ୍ଦୁଝର ଜିଲ୍ଲାର ସହାରପଡା ବ୍ଲକ ଅନ୍ତର୍ଗତ ବିଲ୍ଲା ଛକ ନିକଟରେ ବାୟୁସେନା ବ୍ୟବହାର କରୁଥିବା ମିଗ-23 ବିମାନ ଦେଖିବାକୁ ଲୋକଙ୍କ ଭିଡ଼ ଜମିଛି। ସୂଚନା ଅନୁସାରେ ଇଂଜିନ ବିହୀନ ଏକ ମିଗ-23 ବିମାନକୁ ପୃଥକ ପୃଥକ ଅଂଶ କରି ଶୁକ୍ରବାର ୨ ଟି ଟ୍ରଲର ରେ ବିଲ୍ଲା ଛକ ପଡିଆକୁ ଆଣା ଯାଇଥିଲା। ଶନିବାର ଲଢୁଆ ବିମାନର ପୃଥକ ଅଂଶକୁ ଏକ ଇଂଜିନିୟରିଂ ଟିମ ଯୋଡିବାରେ ଲାଗିଛନ୍ତି।

ଏହି ଲଢୁଆ ବିମାନଟି ଭାରତ ସରକାରଙ୍କ ସେବାରେ ନିୟୋଜିତ ଥିଲା। ବିଲ୍ଲା ଅଞ୍ଚଳର ଡି ଅମରେଶ ନାମକ ଜଣେ ବାୟୁସେନା ଅଧିକାରୀ ଏହି ଇଂଜିନ ବିହୀନ ମିଗ-23 ବିମାଙ୍କୁ ବିଲ୍ଲା ଛକ ନିକଟ ପଡିଆକୁ ଆଣିଥିବା ସୂଚନା ମିଳିଛି। ସେ ସରକାରଙ୍କ ଅନୁମତି ନେଇ ଜୋଧପୁରରୁ ଏହାକୁ ଆଣିଥିବାବେଳେ ଲୋକଙ୍କ ଦେଖିବା ଉଦ୍ଦେଶ୍ୟରେ ଇଂଜିନ ବିହୀନ ବିମାନଟିକୁ ଆଣିଥିବା କୁହାଯାଉଛି। ଏଭଳି ବିମାନ ସାଧାରଣ ଲୋକଙ୍କ ପାଇଁ ପାଖରେ ଦେଖିବା ଦୁଲ୍ଲଭ ହୋଇଥିବାବେଳେ ଏହାକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମୁଛି।

Leave A Reply

Your email address will not be published.