ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭାରତରେ ମାଇକ୍ରୋସଫ୍ଟ ଡାଉନ୍

ନୂଆଦିଲ୍ଲୀ : ଆଜିର ଦିନ ନେଟିଜନ୍ସ ପାଇଁ ପାଇଁ ବେଶ ଖରାପ ଥିଲା। ଭାରତରେ ହଠାତ୍ ଡାଉନ୍ ହୋଇଛି ମାଇକ୍ରୋସଫ୍ଟ। କମ୍ପାନୀର ସମସ୍ତ ସେବା ଯୋଗାଣ ବୁଧବାର ହଠାତ୍ ବାଧାପ୍ରାପ୍ତ ହୋଇଛି। ମାଇକ୍ରୋସଫ୍ଟର ଆଉଟ୍‌ଲୁକ, ମାଇକ୍ରୋସଫ୍ଟ ଟିମ୍, ଅାଜୁରେ ଏବଂ ମାଇକ୍ରୋସଫ୍ଟ ୩୬୫ ଏସବୁ ଭାରତରେ ଡାଉନ୍‌ ହୋଇଛି। ଦେଶରେ ମାଇକ୍ରୋସଫ୍ଟ ଆଉଟ୍‌ଲୁକ୍ ଜରିଆରେ ଲେଶକେ ମେଲ୍ ପଠାଇବା ଓ ରିସିଭ୍ କରିବାରେ ଘୋର ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଏହାବାଦ୍‌ ଆଉଟ୍‌ଲୁକ୍‌ର ୱେବ୍‌ସାଇଟ୍ ଓ ଆପ୍‌ ମଧ୍ୟ ରିଫ୍ରେସ୍‌ ହେଉ ନ ଥÒଲା। ଏହାଫଳରେ ୟୁଜରମାନେ ମେଲ୍ ପଠାଇବା ଏବଂ ପାଇବାରେ ଘୋର ଅସୁବିଧାର ସମ୍ମୁଖୀନ ହେଉଥÒବା ଗ୍ରାହକମାନେ ଅଭିଯୋଗ କରିଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ, ମାଇକ୍ରୋସଫ୍ଟ ଟିମ୍‌ ବର୍ତ୍ତମାନ ଅଧିକ ବ୍ୟବହୃତ ହେଉଛି। ମାଇକ୍ରୋସଫ୍ଟ ଟିମ୍‌କୁ ମିଟିଂ କିମ୍ବା କ୍ଲାସ୍ ପାଇଁ ବ୍ୟବହାର କରାଯାଉଛି। ମାଇକ୍ରୋସଫ୍ଟର ଟିମ୍ ଆପ୍ ବୁଧବାର ଭାରତରେ ଡାଉନ୍ ରହିଥିଲା। ୱେବ୍‌ସାଇଟରେ ହଜାର ହଜାର ଲୋକ ଏହା ଉପରେ ଅଭିଯୋଗ କରିଥିଲେ। ଦେଶର ଅନେକ ସ୍ଥାନରେ ଏଭଳି ସମସ୍ୟା ଉପୁଜିଥିଲା। ଅଘଟଣ ଘଟିଥିଲା। ମାଇକ୍ରୋସଫ୍ଟ ଟିମ୍ ଡାଉନ୍ ଥିବାରୁ ଅନେକ ଲୋକ କଲ୍‌ରେ ଯୋଗ ଦେଇପାରି ନ ଥିଲେ ଏବଂ ମେସେଜ୍‌ ପଠାଇ ପାରି ନ ଥିଲେ। ଏ ନେଇ ଅନେକ ୟୁଜର ଟ୍ୱିଟରରେ ଅଭିଯୋଗ କରିଛନ୍ତି। ୟୁଜରଙ୍କ ଅଭିଯୋଗ ଉପରେ ଟ୍ୱିଟ୍ କରି କମ୍ପାନୀ ପ୍ରତିକ୍ରିୟା ରଖିଛି। ପରେ ସମସ୍ୟାର ସମାଧାନ ହୋଇଛି। ବର୍ତ୍ତମାନ ଆଉଟଲୁକ୍ ଚାଲୁଛି ବୋଲି କମ୍ପାନୀ କହିଛି।

ଏ ନେଇ ଟ୍ୱିଟ୍ କରି କମ୍ପାନୀ ସଫେଇ ଦେଇଛି ଯେ, ନେଟ୍‌ୱାର୍କିଂ କନ୍‌ଫିଗୁରେସନ ସମସ୍ୟା ପାଇଁ ଏପରି ସମସ୍ୟା ଉପୁଜିଥିଲା। ଗ୍ରାହକଙ୍କୁ ଅଧିକ ସମସ୍ୟାରେ ନ ପକାଇବା ପାଇଁ ଆମେ ଏହାର ପ୍ରତିକାର ପାଇଁ ଗବେଷଣା ଜାରି ରଖିଛୁ ବୋଲି କମ୍ପାନୀ କହିଛି। ବାଧାପ୍ରାପ୍ତ ସେବା ଉପରେ ନଜର ରଖୁଥିବା ଡାଉନ ଡିଟେକ୍ଟର ଡାଟାର ରିପୋର୍ଟ ଅନୁସାରେ, ଆର୍ଟିକଲ ଲେଖÒବାବେଳେ ସମସ୍ୟା ସାମ୍ନା କରିଥିବା ପ୍ରାୟ ୩ ହଜାର ଭାରତୀୟ ଗ୍ରାହକ ଅଭିଯୋଗ କରିଥିଲେ। ସୂଚନା ଥାଉକି ମାଇକ୍ରୋସଫ୍ଟ ସିଇଓ ସତ୍ୟା ନାଦେଲା ନିକଟରେ ୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିଛନ୍ତି। ଆମେରିକା ମୁଖ୍ୟାଳୟରୁ ଏହି ଛଟେଇ ଆରମ୍ଭ ହୋଇ ବିଭିନ୍ନ ଦେଶରେ ଏବେ ସୁଧା ପ୍ରକ୍ରିୟା ଜାରି ରହିଛି।

Leave A Reply

Your email address will not be published.