ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜଧାନୀରେ ବୁଲିବ ’ଦୟା ରଥ’ : ବାଣ୍ଟିବ ପୁରୁଣା ବ୍ୟବହାର ଯୋଗ୍ୟ କପଡା

ଭୁବନେଶ୍ବର : ରାଜଧାନୀ ରେ ବୁଲିବ ଦୟା ରଥ, ବାଣ୍ଟିବ ପୁରୁଣା କପଡା। ଶ୍ରଦ୍ଧା ଏବଂ ଦୟାଭାବ ଯୁକ୍ତ ବ୍ୟକ୍ତି ବ୍ୟବହାର ଯୋଗ୍ୟ ପୁରୁଣା କପଡା ଦାନ କରିବା ପ୍ରକ୍ରିୟାକୁ ବ୍ୟବସ୍ଥିତ କରିବାକୁ ଯାଉଛି ବିଏମସି। ଏହି ଉଦ୍ଦେଶ୍ୟରେ ବି ଏମ୍ ସି ତରଫରୁ ଏକ ବସ୍ କୁ ସ୍ଵତନ୍ତ୍ର ଢଙ୍ଗରେ ପ୍ରସ୍ତୁତ କରାଯାଇ ଏହାକୁ ଚିତ୍ରିତ କରାଯାଇଅଛି ।

ଏହାକୁ ହୁଇଲ୍ ଅଫ୍ କାଇଣ୍ଡନେସ୍ ବା ‘ଦୟା ରଥ’ ଭାବେ ନାମିତ କରାଯାଇଛି । ଏହି ଗାଡ଼ିରେ ସଂଗୃହିତ ପୋଷାକ ଗୁଡ଼ିକୁ ପରିଷ୍କାର କରି ଅସହାୟ ଲୋକମାନଙ୍କୁ ବଣ୍ଟନ କରାଯିବ।  ଏପରିକି ଏହି ପୋଷାକ ଗୁଡିକୁ ଟ୍ରାଏଲ୍ ପାଇଁ ମଧ୍ୟ ବ୍ୟବସ୍ଥା ରହିଛି। ଏହି ଦୟା ରଥକୁ  ଯୋଜନାବଦ୍ଧ ଭାବେ ସହରର ବିଭିନ୍ନ ଚିହ୍ନିତ ସ୍ଥାନକୁ ଯାଇ ପୋଷାକ ବଂଟନ କରିବାର ବ୍ୟବସ୍ଥା କରାଯାଇଛି । କିଛି ଦିନ ତଳେ ଏଥିପାଇଁ ଏକ ସେଚ୍ଛାସେବୀକୁ ଚୟନ କରାଯାଇଛି।

ସଂଗୃହୀତ ପୋଷାକକୁ ସ୍ଵତନ୍ତ୍ର ଭାବେ ପରିଷ୍କାର ଓ ଆଇରନ୍ କରି ଏହାକୁ ସ୍ୱତନ୍ତ୍ର ଢଙ୍ଗରେ ବଂଟନ କରିବା ଦାୟିତ୍ବ ଏହି ସଂଗଠନ ନେବ ବୋଲି ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧରୀ କହିଛନ୍ତି । ମଧୁସୂଦନ ନଗରରେ ଏଥିପାଇଁ ବି ଏମ୍ ସି ତରଫରୁ ଏକ ସ୍ଥାନ ଚିହ୍ନଟ କରାଯାଇଛି । ଯେଉଁଠାରେ ସଂଗୃହୀତ ବ୍ୟବହାରଯୋଗ୍ୟ ପୋଷାକ ଗୁଡ଼ିକୁ ବଂଟନ ନିମନ୍ତେ ପ୍ରସ୍ତୁତ କରାଯିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.