ବୁଲୁ ମେମୋରିଆଲ ଟ୍ରଷ୍ଟ ଆନୁକୂଲ୍ୟରେ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ, ୧୦୭ ୟୁନିଟ ରକ୍ତ ସଂଗୃହିତ

ଚଣ୍ଡିଖୋଲ : ବଡ଼ଚଣା ବ୍ଲକ ଅନ୍ତର୍ଗତ ଖରମଙ୍ଗି-କୋଲ୍ହାସିଂହ ଗ୍ରାମରେ ସେଣ୍ଟ୍ରାଲ ରେଡ କ୍ରସ ବ୍ଲଡ଼ ବ୍ୟାଙ୍କ ପକ୍ଷରୁ ଏକ ବିଶାଳ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ବୁଲୁ ମେମୋରିଆଲ ଟ୍ରଷ୍ଟ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ମେଗା ରକ୍ତଦାନ ଶିବିରରେ ୧୦୭ ୟୁନିଟ ରକ୍ତ ସଂଗୃହିତ ହୋଇଛି ।
ଲୋକପ୍ରିୟ ନେତା ତଥା ବିଧାୟକ ସୁର ରାଉତରାୟ ଏହି ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ । ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହିତ ରକ୍ତଦାନ ଦ୍ୱାରା ଅନ୍ୟ ମାନଙ୍କ ଜୀବନ ବଞ୍ଚେ ତା ସହିତ ବହୁ ଉପକାରିତା ମିଳେ ବୋଲି କହିଥିଲେ । ପବିତ୍ର ଦଶହରାରେ ଏଭଳି ମହାନ କାର୍ଯ୍ୟ କରୁଥିବାରୁ ବୁଲୁ ମେମୋରିଆଲ ଟ୍ରଷ୍ଟ ର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହା ସହିତ ରକ୍ତଦାତାମାନଙ୍କୁ ବୃକ୍ଷ ଦେଇ ସମ୍ବୋଧିତ କରିଥିଲେ ବିଧାୟକ ସୁର ରାଉତରାୟ।
ବୁଲୁ ମେମୋରିଆଲ ଟ୍ରଷ୍ଟର ସଭାପତି ଜଗନ୍ନାଥ ସାହୁ, କାର୍ଯ୍ୟକାରୀ ସଭାପତି ଦୁଷ୍ମନ୍ତ କୁମାର ସାହୁ, ସମ୍ପାଦକ ଅଜିତ କୁମାର ସାହୁ, ସହ ସମ୍ପାଦକ ସନ୍ତୋଷ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଟ୍ରଷ୍ଟ ର ସଦସ୍ୟ ଜଗନ୍ନାଥ ପୃଷ୍ଟି, ରୋଶନ କୁମାର ସାହୁ, ସିପୁକାନ୍ତ ପୃଷ୍ଟି, ଆଭାସ ମହାନ୍ତି, କେଦାରନାଥ ସିଂହ, ସୁଧୀର ମହାରଣା, ରାଜେଶ ଜେନା, ଦୀପକ କୁମାର ସାହୁ, ହିମାଂଶୁ ସାହୁ ପ୍ରମୁଖ କାର୍ଯ୍ୟକ୍ରମ କୁ ସଫଳ କରିବାରେ ସହଯୋଗ କରିଥିଲେ ।