ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶସ୍ତା ହେଲା ବିଭିନ୍ନ ଅତ୍ୟାବଶ୍ୟକ ମେଡିସିନ୍, ୧୨ ପ୍ରତିଶତ କମ୍ ହେଲା ପାରାସିଟାମଲ୍ ମୂଲ୍ୟ

ନୂଆଦିଲ୍ଲୀ: ଶସ୍ତା ହେଲା କ୍ୟାନସର, ଡାଇବେଟିସ୍‌, ଜ୍ୱର ଓ ହେପାଟାଇଟିସ୍ ସହିତ ବହୁ ଗମ୍ଭୀର ରୋଗର ମେଡିସିନ୍ । ପୂୂୂର୍ବ ଅପେକ୍ଷା ଏହି ରୋଗର ମେଡିସିନ୍ ଏବେ ପ୍ରାୟ ୪୦ ପ୍ରତିଶତ ଶସ୍ତାରେ ମିଳିବ । ସେହିପରି ଜ୍ୱରରେ ପଡିଥିବାବେଳେ କାମରେ ଆସୁଥିବା ପାରାସିଟାମୋଲ ମେଡିସିନ୍ ମଧ୍ୟ ୧୨ ପ୍ରତିଶତ କମ୍ ହୋଇଛି । ସରକାରଙ୍କ ଆବଶ୍ୟକୀୟ ଔଷଧ ସୂଚୀ (NLEM) ରେ ସାମିଲ ୧୧୯ ପ୍ରକାର ଔଷଧର ମୂଲ୍ୟ ଧାର୍ଯ୍ୟ କରିବା କାରଣରୁ ହୋଇଛି। ନ୍ୟାସନାଲ ଫାର୍ମାସ୍ୟୁଟିକାଲ ପ୍ରାଇସିଂ ଅଥୋରିଟି ବୈଠକରେ ଏହି ୧୧୯ ପ୍ରକାର ମେଡିସିନର ସର୍ବାଧିକ ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି ।

ଏଠାରେ କହିତଖୁ କି, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅତ୍ୟାବଶ୍ୟକ ମେଡିସିନ୍ ଲିଷ୍ଟ ଜାରି କରିଥାଏ । ଚଳିତବର୍ଷ ସେପ୍ଟେମ୍ବର ମାସରେ ଏହି ଲିଷ୍ଟ ଜାରି କରାଯାଇଥିଲା । ଏହି ଲିଷ୍ଟରେ ୨୭ଟି ଶ୍ରେଣୀରେ ୩୮୪ ମେଡିସିନ୍ ସାମିଲ ଥିଲା । ତେବେ ଚଳିତଥର ଏହି ଲିଷ୍ଟରେ ୩୪ ନୂଆ ମେଡିସିନ୍ ସାମିଲ ହେବା ସହିତ ୨୬ଟି ମେଡିସିନକୁ ଅତ୍ୟାବଶ୍ୟକ ମେଡିସିନ୍ ଲିଷ୍ଟରୁ ହଟେଇ ଦିଆଯାଇଛି ।

Leave A Reply

Your email address will not be published.