ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜାଣନ୍ତୁ ଅମୃତଭଣ୍ଡାର ଔଷଧୀୟ ଗୁଣ

ଅମୃତଭଣ୍ଡା ଏକ କ୍ଷୀରଜାତୀୟ ପରିବା ଓ ଏହାକୁ ଗ୍ରୀଷ୍ମ ପ୍ରଧାନ ଦେଶର ‘ମେଡିକାଲ୍‌ ମେଲନ୍’ ବୋଲି କୁହାଯାଏ। କାରଣ ଏଥିରେ ବହୁତ ମାତ୍ରାରେ ଔଷଧୀୟ ତତ୍ତ୍ବ ଅଛି। ତୁଟୁକା ଚିକିତ୍ସା କ୍ଷେତ୍ରରେ ଏହା ମହୌଷଧି ସଦୃଶ।

-ଅମୃତଭଣ୍ଡା ଆଣ୍ଟିସେପ୍ଟିକ୍‌ ଶକ୍ତିରେ ଭରପୂର।

-ଖାଦ୍ୟକୁ ଅତିଶୀଘ୍ର ହଜମ କରାଇବା ପାଇଁ ଅମୃତଭଣ୍ଡା ଖାଇବା ଉଚିତ।

-ଗୋଟିଏ ସାଧାରଣ ଆକାରର ଅମୃତଭଣ୍ଡାରେ ୫୯ କ୍ୟାଲୋରି, ୧ ଗ୍ରାମ୍‌ ଫାଇବର୍‌, ଫଲିକ୍‌ ଏସିଡ୍‌, ପଟାସିୟମ୍‌ ଓ ଦିନକ ପାଇଁ ଆବଶ୍ୟକ ଭିଟାମିନ୍‌ ‘ସି’ ଥାଏ।

-ପେଟ ସଫା ରଖିବା ସହିତ ଅର୍ଶ ସମସ୍ୟା ଦୂର କରେ।

-ଲିଭର୍‌, ମାସିକ ଋତୁ ଓ ଡାଇରିଆ ସମସ୍ୟାକୁ ଠିକ୍‌ କରେ।

-କଞ୍ଚା ଅମୃତଭଣ୍ଡାକୁ ତରକାରି କରି ଖାଇଲେ ଉଦର ରୋଗ ଦୂର ହୁଏ।

-କଳାଝାଡ଼ା ପାଇଁ ଏହାର କ୍ଷୀର ଉପାଦେୟ।

-ସମ୍ପୂର୍ଣ୍ଣ ଗୋଟିଏ ଅମୃତଭଣ୍ଡା ଖାଇଲେ ଗର୍ଭ ନଷ୍ଟ ହୁଏ

Leave A Reply

Your email address will not be published.