ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କ୍ରୋମାଇଟ ବୋଝେଇ ଟ୍ରକ ଧକ୍କାରେ ଏମସିଏଲ କର୍ମଚାରୀଙ୍କ ମୃତ୍ୟୁ

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ୫୩ ନଂ ଜାତୀୟ ରାଜପଥର କୁନାଲ କମ୍ପାନୀ ସମ୍ମୁଖରେ ଏକ କ୍ରୋମାଇଟ ବୋଝେଇ ଟ୍ରକ ଧକ୍କାରେ ଜଣେ ଏମସିଏଲ (MCL)କର୍ମଚାରୀଙ୍କର ମୃତ୍ୟୁ ହୋଇଯାଇଛି । ମୃତକ ବାରିହାପୁର ଗାଁର ଆର୍ତ୍ତବନ୍ଧୁ ବିଶ୍ୱାଳ । ଆର୍ତ୍ତବନ୍ଧୁ ବୁଧବାର ଦିନ ସକାଳ ପ୍ରାୟ ୬ଟା ସମୟରେ ତାଳଚେର ହିଙ୍ଗୁଳା ସ୍ଥିତ ବଳରାମ ମାଇନ୍ସକୁ ଡ୍ୟୁଟିରେ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା । କୁନାଲ କମ୍ପାନୀ ସମ୍ମୁଖରେ ଟ୍ରକଟି ଆର୍ତ୍ତବନ୍ଧୁଙ୍କ ବାଇକ ସହ ତାଙ୍କୁ ପ୍ରାୟ ୨୦ ରୁ ୩୦ ମିଟର ବାଟ ଘୋଷାଡି ନେଇଥିଲା । ଘଟଣା ସ୍ଥଳରେ ହିଁ ତାଙ୍କର ଅନ୍ତଃବୁଜୁଳା ବାହାରି ପଡିଥିଲା ।

ଏବଂ ତାଙ୍କର ମୃତ୍ୟୁ ଘଟିଥିଲା । ରାସ୍ତାରେ ଯାଉଥିବା କିଛି ଲୋକ ଟ୍ରକ ଡ୍ରାଇଭର କୁ କାବୁ କରି ପୋଲିସର ଜିମା ଦେଇଥିଲେ । ତେବେ ଆର୍ତ୍ତବନ୍ଧୁ ବଳରାମ ମାଇନ୍ସରେ ଜଣେ ଇଲେକ୍ଟ୍ରିସିଆନ ଭାବରେ କାର୍ଯ୍ୟ କରୁଥିବା ଜଣାପଡ଼ିଛି । ଦୁର୍ଘଟଣା ଘଟାଇଥିବା କ୍ରୋମାଇଟ ବୋଝେଇ ଟ୍ରକଟି ଯାଜପୁର କାଳିଆପାଣିରୁ ସମ୍ବଲପୁର ସ୍ଥିତ ଶ୍ୟାମ ମେଟାଲିକ ପ୍ଲାଣ୍ଟକୁ ଯାଉଥିବା ପୋଲିସ ସୂତ୍ରରୁ ଖବର ମିଳିଛି । ଏଥିସହିତ ଟ୍ରକ ଡ୍ରାଇଭର ପ୍ରଫୁଲ୍ଲ କୁମାର ରାଉତକୁ ଗିରଫ କରି ଅଧିକ ତଦନ୍ତ ଚଳାଇଛି ପରଜଙ୍ଗ ପୋଲିସ । ଆର୍ତ୍ତବନ୍ଧୁଙ୍କ ମୃତ୍ୟୁକୁ ନେଇ ସମଗ୍ର ବାରିହାପୁର ଗାଁରେ ଏକ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି ।

Leave A Reply

Your email address will not be published.