ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

MCA ଛାତ୍ରୀ ଆଶ୍ରିତା ସେନାପତି ଆତ୍ମହତ୍ୟା ଘଟଣା : ପୁରୁଷ ବନ୍ଧୁ ସତ୍ୟ ପ୍ରକାଶ ଦାଶ ଗିରଫ

ଭୁବନେଶ୍ୱର: MCA ଛାତ୍ରୀ ଆଶ୍ରିତା ସେନାପତି ଆତ୍ମହତ୍ୟା ଘଟଣା । ଆଶ୍ରିତାଙ୍କ ପୁରୁଷବନ୍ଧୁଙ୍କୁ ଅଟକ ରଖିଲା ସହିଦନଗର ଥାନା ପୋଲିସ । ପୁରୁଷ ବନ୍ଧୁ ସତ୍ୟ ପ୍ରକାଶ ଦାଶଙ୍କୁ ଅଟକ ରଖିଛି ପୋଲିସ । ଆଶ୍ରିତା ସେନାପତି ଲେଖିଥିବା ସୁଇସାଇଡ ନୋଟରେ ସତ୍ୟଙ୍କ ନାଁ ଉଲ୍ଲେଖ ରହିଥିଲା । ପୁରୁଷବନ୍ଧୁ ସତ୍ୟଙ୍କ ନିର୍ଯାତନା ପାଇଁ ଆତ୍ମହତ୍ୟା କରିଛନ୍ତି ଆଶ୍ରିତା ।

ପୋଲିସ ସୂଚନା ଅନୁସାରେ ଉଭୟଙ୍କ ମଧ୍ୟରେ ୯ ବର୍ଷ ଧରି ପ୍ରେମ ସମ୍ପର୍କ ରହିଥିଲା । ଉଭୟ ଗୋଟିଏ ଗାଁର ଅଟନ୍ତି । ସତ୍ୟ ପ୍ରକାଶ ଇନଫୋସିସରେ କାମ କରୁଥିଲେ । ୨୦୧୯ ମସିହାରୁ ଆଉ ଜଣେ ଯୁବକଙ୍କ ସହ ଆଶ୍ରିତା କଥା ହେଉଥିଲେ, ଯାହାଦ୍ୱାରା ଉଭୟଙ୍କ ମଧ୍ୟରେ ବିବାଦ ଉପୁଜିଥିଲା । ଯୁବତୀଙ୍କ କଲ ରେକର୍ଡ ଯାଂଚ କରିବା ପରେ ସତ୍ୟ ପ୍ରକାଶଙ୍କ ନାଁ ସାମ୍ନାକୁ ଆସିଥିଲା । ତଦନ୍ତ କରି ସତ୍ୟ ପ୍ରକାଶଙ୍କୁ ଗିରଫ କରିଛି ପୋଲିସ ।

Leave A Reply

Your email address will not be published.