ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜରେ ଅଘଟଣ, ହଷ୍ଟେଲ ଛାତରୁ ଖସି ଏମ୍‌ବିବିଏସ୍‌ ଛାତ୍ରଙ୍କ ମୃତ୍ୟୁ

ବଲାଙ୍ଗୀର: ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜରେ ଅଘଟଣ ।ହଷ୍ଟେଲ ଛାତରୁ ପଡି ଜଣେ ଡାକ୍ତର ଛାତ୍ରଙ୍କ ମୃତ୍ୟୁ ହୋଇଛି। ମୃତ ଛାତ୍ରଙ୍କ ଜଣଙ୍କ ହରିୟାଣାର ହୋଇଥିବା ବେଳେ ତାଙ୍କ ନାଁ ନିଶାନ୍ତ କୁମାର ବୋଲି ଜଣାପଡିଛି। ପ୍ରଥମ ବର୍ଷର ମେଡିକାଲ ଛାତ୍ର ଥିଲେ ନିଶାନ୍ତ ।

ନିଶାନ୍ତ କଲେଜର ନ୍ୟୁ ବଏଜ ହଷ୍ଟେଲରେ ରହୁଥିଲେ। ମିଳିଥିବା ସୂଚନା ଅନୁଯାୟୀ, ଆଜି ସେ ମଧ୍ୟାହ୍ଣ ଭୋଜନ କରିବା ପରେ ଛାତ ଉପରକୁ ଯାଇଥିଲେ। କିନ୍ତୁ ସେଠାରେ କ’ଣ ଘଟିଲା, ସେ କେମିତି ଛାତରୁ ପଡ଼ିଗଲେ, ତାହା କେହି ଜାଣି ନାହାନ୍ତି। ହଷ୍ଟେଲର ସାତ ମହାଲା କୋଠାରୁ ପଡ଼ି ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ତେବେ ଏହା ଆତ୍ମହତ୍ୟା ନା ଅଘଟଣ ଏଯାଏଁ ସ୍ପଷ୍ଟ ହୋଇନି।

Leave A Reply

Your email address will not be published.