ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବାପାଙ୍କ ଶେଷ ଇଚ୍ଛା ପୂରଣ କଲା ପୁଅ: ଛାତ୍ରଛାତ୍ରୀଙ୍କ ଗବେଷଣା ପାଇଁ ବାପାଙ୍କ ମର ଶରୀରକୁ ମେଡିକାଲ କଲେଜକୁ ଦାନ କଲେ ପୁଅ

ରାସଗୋବିନ୍ଦପୁର: ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ର ଗାଁ ଅମରଦା ପଞ୍ଚାୟତର ସମାଜସେବୀ ମାନବ କୁମାର ମହାନ୍ତିଙ୍କ ବାପା ଆଜି ନିଜ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ପୂର୍ବରୁ ଆମେ  ଅଙ୍ଗ ଦାନ କରିବାର ନଜିର ଅଛି।  କିନ୍ତୁ ଆଜି ମାନବ କୁମାର ମହାନ୍ତି ତାଙ୍କର ବାପାଙ୍କ ସମ୍ପୂର୍ଣ୍ଣ ଶରୀରକୁ ଏଫ ଏମ୍ ମେଡିକାଲ ଛାତ୍ରଛାତ୍ରୀଙ୍କ ଗବେଷଣା ପାଇଁ ଶରୀର ଦାନ କରି ମୟୁରଭଞ୍ଜ ଜିଲ୍ଲା ତଥା ରାସଗୋବିନ୍ଦପୁର ବ୍ଲକରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ତାଙ୍କ ପରିବାର। ତାଙ୍କ ବାପା ନାରାୟଣ ମହାନ୍ତି ଜଣେ ପେଶାରେ ବିଜ୍ଞାନ ଶିକ୍ଷକ ଥିଲେ। ଛାତ୍ର ଜୀବନରେ  ଏମ୍ ପି ସି କଲେଜ ପାଠ ପଢିଥିଲ। ପରବର୍ତ୍ତୀ ସମୟରେ ଚାଷୀ ମୁଲିଆ ଆନ୍ଦୋଳନରେ ଜଡ଼ିତ ଥିଲେ। ଗାଁ ଅମରଦା ରାଧାଗୋବିନ୍ଦ ଆଞ୍ଚଳିକ ମହାବିଦ୍ୟାଳୟର ପ୍ରତିଷ୍ଠାତା ଥିଲେ। ମୟୁରଭଞ୍ଜ ଜିଲ୍ଲାରେ ସିପିଏମ ଦଳ ର ପ୍ରତିଷ୍ଠାର ପ୍ରାଥମିକତା ସଦସ୍ୟ ମଧ୍ୟ ଥିଲେ। ନାରାୟଣ ମହାନ୍ତିଙ୍କ ଛାତ୍ର ତଥା କଂଗ୍ରେସ ର ରାଜ୍ୟ ମୁଖପାତ୍ର ସୁଦର୍ଶନ ଦାସ ସୁଦର୍ଶନ ଦାସ ପରବର୍ତ୍ତୀ ସମୟରେ ତାଙ୍କର ଜ୍ୱାଇଁ ହୋଇଥିଲେ ।
ସେ ତାଙ୍କ ଶିକ୍ଷକତା ମଧ୍ୟରେ ଅନେକ ବିଜ୍ଞ ଛାତ୍ରଛାତ୍ରୀ ତିଆରି କରିଛନ୍ତି। ତାଙ୍କ ଆତ୍ମାର ବଧେ ଶେଷ ଇଚ୍ଛା ଥିଲା ତାଙ୍କ ମୃତ ଶରୀର ମଧ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ଉତ୍ସର୍ଗ ହେଉ। ଯାହା ତାଙ୍କ ଆତ୍ମାର ଇଚ୍ଛାକୁ ବୁଝିପାରି ରାସଗୋବିନ୍ଦପୁର ବ୍ଲକର  ସମାଜସେବୀ ମାନବ କୁମାର ମହାନ୍ତି ତାଙ୍କ ବାପାଙ୍କ ମୃତ ଶରୀରକୁ ଏଫ ଏମ୍ ମେଡିକାଲକୁ ଦାନ କରି ନିଜର ମହାନତା ଅଞ୍ଚଳ ବାସୀଙ୍କ ହୃଦୟ କିଣି ନେଇଛି । ମାନବ ମହାନ୍ତିଙ୍କ ନିଷ୍ପତ୍ତିରେ ସବୁ ମହଲରୁ ପ୍ରଶଂସାର ସୁଅ ଛୁଟିଛି ।
Leave A Reply

Your email address will not be published.