ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବାତ୍ୟା ଅସାନି ପ୍ରଭାବରେ ରାଜଧାନୀରେ ଲଗାଣ ବର୍ଷା, ବିଭିନ୍ନ ଅଞ୍ଚଳ ବୁଲି ସ୍ଥିତି ସମୀକ୍ଷା କଲେ ମେୟର ସୁଲୋଚନା ଦାଶ

ଭୁବନେଶ୍ୱର: ଦୁର୍ବଳ ହେଲା ଭୀଷଣ ବାତ୍ୟା ’ଅସାନି’ । ବର୍ତ୍ତମାନ ଏହା ଗୋପାଳପୁରଠାରୁ ଦକ୍ଷିଣ-ଦକ୍ଷିଣ-ପଶ୍ଚିମ ଦିଗରେ ୫୪୦ କିମି ଦୂରରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ କେନ୍ଦ୍ରୀଭୂତ । ଗତ ୬ ଘଣ୍ଟାରେ ଏହା ୧୨ କିମି ବେଗରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିଛି କ୍ଷ ବାତ୍ୟା ଅସାନି ପ୍ରଭାବରେ ରାଜଧାନୀ ଭୁବନେଶ୍ୱରରେ ଜାରି ରହିଛି ଲଗାଣ ବର୍ଷା । ରାଜଧାନୀରେ ଜାରି ରହିଥିବା ଲଗାଣ ବର୍ଷା ମଧ୍ୟରେ ତଳିଆ ଅଞ୍ଚଳ ବୁଲି ସ୍ଥିତି ସମୀକ୍ଷା କରିଛନ୍ତି ମେୟର ସୁଲୋଚନା ଦାଶ । ମେୟରଙ୍କ ସାଙ୍ଗରେ କର୍ପୋରେଟର ଓ ବିଏମସିର ବିଭାଗୀୟ ଯନ୍ତ୍ରୀ ମଧ୍ୟ ରହିଛନ୍ତି ।

ବାତ୍ୟା ‘ଅସାନୀ’କୁ ନେଇ ସେ କହିଛନ୍ତି ଯେ ‘ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରେ ସେଭଳି କୌଣସି ସ୍ଥିତି ଉପୁଜି ନାହିଁ। ପାଣି ଜମା ହୋଇନାହିଁ କି ଅସୁବିଧା ହୋଇନାହିଁ। ସମସ୍ତ ଅଞ୍ଚଳକୁ ମୁଁ ନିଜେ ବୁଲୁଚି ଓ ବିଏମସି ଅଧିକାରୀ ବି ବୁଲି ଦେଖୁଛନ୍ତି। ସମ୍ବେଦନଶୀଳ ଜାଗାରେ ମୋଟର ପମ୍ପ ମହଜୁଦ ରହିଛି। ଯଦି ସମସ୍ୟା ହୁଏ ତୁରନ୍ତ ଜଳ ନିଷ୍କାସନ ବ୍ୟବସ୍ଥା କରାଯିବ। ପାଣିପାଗ ବିଭାଗ ଅନୁଯାୟୀ ଖୋର୍ଦ୍ଧା ଜିଲାରେ ବର୍ଷା ହେବ ବୋଲି କୁହାଯାଇଛି। ଯଦି ତଳିଆ ଅଞ୍ଚଳ କି ବସ୍ତିରେ ପାଣି ଜମେ ତେବେ ଲୋକଙ୍କୁ ସ୍ଥାନାନ୍ତର କରିବା ନେଇ ଆଶ୍ରୟସ୍ଥଳ ପ୍ରସ୍ତୁତ ରହିଛି ଓ ଆନୁଷଙ୍ଗିକ ବ୍ୟବସ୍ଥା ମଧ୍ୟ ରହିଛି ବୋଲି କହିଛନ୍ତି ଭୁବନେଶ୍ୱର ମେୟର ସୁଲୋଚନା ଦାଶ ।

Leave A Reply

Your email address will not be published.