ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଟ୍ରାଇର ନୂତନ ନିୟମ ପାଇଁ ଠିକ୍ ସମୟରେ ଆସୁନି ଓଟିପି, ଜରୁରୀ ସେବାବେଳେ ପ୍ରଭାବିତ ହେଉଛନ୍ତି ଉପଭୋକ୍ତା

ନୂଆଦିଲ୍ଲୀ: ଦେଶର ହଜାର ହଜାର ଉପଭୋକ୍ତା ଏବେ ଓଟିପୁକୁ ନେଇ ସମସ୍ୟା ଭୋଗୁଛନ୍ତି। ଉପଭୋକ୍ତାମାନେ ଏହି ସମସ୍ୟାରେ ପଡିବାର କାରଣ ହେଉଛି ଟ୍ରାଇର(TRAI) ନୂତନ ନିୟମ । ଏହି ନୂତନ ନିୟମ ପାଇଁ ଠିକ ସମୟରେ ଓଟିପି ଆସୁନାହିଁ। ଯେପରିକି ଇ-ବ୍ୟାକିଂ, କାର୍ଡ ପେମେଣ୍ଟ ଓ ଜିମେଲ ଲଗଇନ କଲାବେଳେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।

ଅଧିକ ପଢନ୍ତୁ

ସୂଚନା ଅନୁଯାୟୀ, ଓଟିପି ପାଇବାରେ ଅସୁବିଧା ହେବାର ପ୍ରକୃତ କାରଣ ହେଉଛି ଟ୍ରାଇ(ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ) ଦ୍ବାରା ଜାରି କରାଯାଇଥିବା ନୂତନ ନିର୍ଦ୍ଦେଶାବଳୀ। ଓଟିପି ଠକେଇକୁ ରୋକିବା ଉଦ୍ଦେଶ୍ୟରେ ଟ୍ରାଇ ଏକ ନୂତନ ଏସଏମଏସ ଟେମ୍ପଲେଟ୍ ପ୍ରକାଶ କରିଛି। ଯାହା ଓଟିପି ସେବା ଉପରେ ଏବେ ପ୍ରଭାବ ପକାଉଛି। ଏହି କାରଣରୁ ସାରା ଦେଶରେ ହଜାର ହଜାର ଗ୍ରାହକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ଟେଲିକମ୍ ଅପରେଟରମାନେ ଟ୍ରାଇର ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ ନୂତନ ଡିଏଲଟି(DLT )ପ୍ରକ୍ରିୟା କାର୍ଯ୍ଯକାରୀ କରିଛନ୍ତି, ଯାହା ପୁସ୍ ନୋଟିଫିକେସନକୁ ପ୍ରଭାବିତ କରିଛି । ଡିଏଲଟି ହେଇଛି ଲେଜର ଟେକ୍ନୋଲୋଜି ଭଲି ଏକ ପ୍ରକାର ବ୍ଲକ୍ ଚେନ୍ ଆଧାରିତ ପଞ୍ଜୀକରଣ ବ୍ୟବସ୍ଥା ।

ଟ୍ରାଇ ତଥ୍ୟ ଅନୁଯାୟୀ, ଦେଶର ସମସ୍ତ ଟେଲିକମ୍ ଅପରେଟରମାନେ ବାଧ୍ୟତାମୂଳକ ଭାବରେ ଡିଏଲଟି ପ୍ଲାଟଫର୍ମରେ ପଞ୍ଜୀକୃତ ହେବା ଜରୁରୀ। କୁହାଯାଉଛି ଯେ ଓଟିପି ଠକେଇ ଏବଂ ସ୍ପାମ୍ ବାର୍ତ୍ତାକୁ ରୋକିବା ପାଇଁ ଏହି ନିୟମ ଲାଗୁ କରାଯାଇଛି, କିନ୍ତୁ ଏହା ଉପରେ ଆହୁରି କାମ ମଧ୍ଯ ଚାଲିଛି।

ସେଲୁଲାର୍ ଅପରେଟର୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ (COAI) ଡିଜି ଏହି ସୂଚନା ଦେଇଛନ୍ତି ଯେ, ଟେଲିକମ୍ ସେବା ଟ୍ରାଇ ନିୟମ ପାଳନ କରୁଛି ଏବଂ ସେମାନେ ଅନାବଶ୍ୟକ ଏସଏମଏସ ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଟେଲି ଯୋଗାଯୋଗ ସେବା ପ୍ରାଥମିକତା ଅର୍ଥାତ (TSP) ଟିଏସପି ଅନେକ କମ୍ପାନୀକୁ ନିଜସ୍ୱ ଟେମ୍ପଲେଟ୍ ପଞ୍ଜିକରଣ କରିବାକୁ କହିଥିଲେ। ଏଥିପାଇଁ ସମୟସୀମା ୭ ମାର୍ଚ୍ଚ ୨୦୨୧ ଯାଏ ଦିଆଯାଇଥିଲା। ଏଭଳି ପରିସ୍ଥିତିରେ କମ୍ପାନୀଗୁଡିକ ସେମାନଙ୍କର ଟେମ୍ପଲେଟଗୁଡ଼ିକୁ ଯଥାଶୀଘ୍ର ପଞ୍ଜୀକୃଜ କରିବାକୁ ଅନୁରୋଧ କରାଯାଇଛି, ଯାହାଦ୍ୱାରା ଟିଏସପି ଅନାବଶ୍ୟକ ବାର୍ତ୍ତା ଚିହ୍ନଟ କରିବାରେ ଅସୁବିଧା ହେବାନାହିଁ। ଏହା ପରେ ଓଟିପି ସମ୍ବନ୍ଧୀୟ ସମସ୍ୟାର ସମାଧାନ ହୋଇଯିବ।

Leave A Reply

Your email address will not be published.