ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମହାପ୍ରଭୁ ଜଗନ୍ନାଥ ବିଜେପି-କଂଗ୍ରେସକୁ ସଦ୍‌ବୁଦ୍ଧି ଦିଅନ୍ତୁ: ବିଜେଡି

ଭୁବନେଶ୍ବର : ଷଷ୍ଠ ଦିନରେ ବି ଆଜି ବିଧାନସଭା ଅଚଳ। ବିଧାନସଭାରେ ୫ ଦିନ ଧରି ଯାହା ଘଟୁଥିଲା, ମଙ୍ଗଳବାର ତାହାର ପୁନରାବୃତ୍ତି ହେଲା। ଆଜି ବିଧାନସଭା ଆରମ୍ଭ ହେବା ମାତ୍ରେ ବିରୋଧୀ ବିଜେପି ଓ କଂଗ୍ରେସ ଗୃହ ମଧ୍ୟ ଭାଗରେ ହୋହଲ୍ଲା କରିବା ସହ ଘଣ୍ଟମାଡ଼ କରିଥିଲେ। ବାଚସ୍ପତିଙ୍କ ଅନୁରୋଧ ପରେ ମଧ୍ୟ ଗୃହ ଚଳାଇବା ସମ୍ଭବପର ହୋଇନଥିଲା ।ଏହାପରେ ଅପରାହ୍ଣ ୪ଟା ଯାଏଁ ବାଚସ୍ପତି ଗୃହକୁ ମୁଲତବୀ ଘୋଷଣା କରିଥିଲେ।

ବିରୋଧୀ ବାରମ୍ବାର ଏପରି କରି ଗୃହକୁ ଚଳାଇ ଦେଉନାହାନ୍ତି। ଯାହା ଫଳରେ ରାଜ୍ୟର କୌଣସି ସମସ୍ୟା ବିଷୟରେ ଆଲୋଚନା ହୋଇପାରୁନି। ଆଜି ପଞ୍ଚାୟତିରାଜ, ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଉପରେ ପ୍ରଶ୍ନକାଳ ରହିଥିଲା କିନ୍ତୁ ବିରୋଧୀଙ୍କ ନାଟକ ପାଇଁ ଗୃହ ଚାଲିବା ସମ୍ଭବପର ହେଉନାହିଁ। ଯାହାକୁ ନେଇ ବିରୋଧୀ ବିଜେପି-କଂଗ୍ରେସ ଉପରେ ବର୍ଷିଛନ୍ତି ବିଜେଡିର ବରିଷ୍ଠ ନେତା ପ୍ରତାପ ଦେବ। ଲୋକଙ୍କ ସମସ୍ୟା ଅପେକ୍ଷା ଦଳୀୟ ସ୍ବାର୍ଥ ପାଇଁ ହୋ ହଲ୍ଲା କରୁଛନ୍ତି ବିରୋଧୀ । ଆଗକୁ ପଞ୍ଚାୟତ ଏବଂ ପୌର ନିର୍ବାଚନ ଆସୁଥିବାରୁ ଏଭଳି କରୁଛନ୍ତି । ଜଗନ୍ନାଥ ବିରୋଧୀଙ୍କୁ ସଦ୍‌ବୁଦ୍ଧି ଦିଅନ୍ତୁ ବୋଲି ସେ କହିଛନ୍ତି।

ପ୍ରତାପ ଦେବ ଆହୁରି ମଧ୍ୟ କହିଛନ୍ତି ଯେ ବିରୋଧୀ ଯେଉଁ ପ୍ରସଙ୍ଗକୁ ନେଇ ଗୃହ ଚଳାଇ ଦେଉନାହାନ୍ତି ତାହା ଅଦାଲତରେ ବିଚାରାଧୀନ ରହିଛି। ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗରେ ବିବୃତି ରଖିସାରିଛନ୍ତି। ପୁଲିସକୁ ସ୍ବାଧୀନ ଭାବେ ତାର କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। କିନ୍ତୁ ବିରୋଧୀ ନିଜ ସ୍ବାର୍ଥ ପାଇଁ ବିଧାନସଭା ଚଲାଇ ଦେଉନାହାନ୍ତି। ବାଚସ୍ପତି ବିରୋଧୀଙ୍କୁ ଡାକିଲେ, ବିରୋଧୀ ଦେଇଥିବା ମୁଲତବୀ ପ୍ରସ୍ତାବ ଗୃହୀତ ହେଲା । କିନ୍ତୁ ଗୃହରେ ଆଲୋଚନା ପାଇଁ ବିରୋଧୀ ପ୍ରସ୍ତୁତ ନୁହନ୍ତି । ଲୋକଙ୍କ ସମସ୍ୟା ନୁହେଁ ସେମାନଙ୍କ ପାଇଁ ନିଜ ସ୍ବାର୍ଥ ବଡ଼ ବୋଲି ପ୍ରତାପ ଦେବ କହିଛନ୍ତି।

ଅନ୍ୟପଟେ ପୁଣି କେନ୍ଦ୍ରର ଅବହେଳା ପ୍ରସଙ୍ଗରେ ବିଜେଡି ବିଧାନସଭା ଗାନ୍ଧୀମୃର୍ତ୍ତି ତଳେ ନାରାବାଜି କରିଛନ୍ତି। ରାଜ୍ୟ ପ୍ରତି କେନ୍ଦ୍ର ଲଗାତାର ଅବହେଳା କରିଆସୁଛି ।  କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି କେନ୍ଦ୍ର ବିଜେପି ସରକାର । ମହାପ୍ରଭୁ ବିଜେପିକୁ ସଦବୁଦ୍ଧି ଦିଅନ୍ତୁ ବୋଲି କହିଛି ବିଜେଡି । ସେହିପରି କେନ୍ଦ୍ରୀୟ ଅବହେଳା ନେଇ ବିଜେଡି ବିଧାୟକମାନେ ଆଜି ପୁଣି ବିଧାନସଭା ପରିସରରେ ଥିବା ଗାନ୍ଧିମୂର୍ତ୍ତି ତଳେ ଧାରଣା ଦେଇଛନ୍ତି । ପ୍ଲା-କାର୍ଡ ଓ ପୋଷ୍ଟର ଧରି ନାରାବାଜି କରିଥିଲେ ବିଜେଡି ସଦସ୍ୟ । ସଠିକ ପ୍ରସଙ୍ଗରେ ଆଲୋଚନା ନକରି ଅପ୍ରସଙ୍ଗ ନେଇ ଅଡି ବସିବା ସହ ବିଧାନସଭା ଚଲାଇ ଦେଉନାହାନ୍ତି ବିରୋଧୀ । ଫଳରେ ମିଳେଇଯାଉଛି ପ୍ରକୃତ ପ୍ରସଙ୍ଗ । ହଟ୍ଟଗୋଳ , ମୁଲତବୀ ଭିତରେ ରାଜ୍ୟର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଚପି ରହିଯାଉଥିବା କହିଛନ୍ତି ବିଜେଡି ବିଧାୟକ ।

ତୈଳ ଦର ବୃଦ୍ଧି ହେଉ କି ଗ୍ୟାସ ଦର, କିମ୍ବା ଧାନର ଏମଏସପି ବୃଦ୍ଧି । ରାଜ୍ୟ ପ୍ରତି କେନ୍ଦ୍ରର ବୈମାତୃକ ମନୋଭାବ ଯୋଗୁ ରାଜ୍ୟବାସୀ ହନ୍ତସନ୍ତ ହେଉଛନ୍ତି । ଏଭଳି ଡ୍ରାମାକୁ ବିଜେଡି ବିରୋଧ କରୁଛି । ରାଜ୍ୟ ସରକାରଙ୍କ ସକରାତ୍ମକଆଭିମୁଖ୍ୟ ସ୍ୱତେ ବିରୋଧି ଆଲୋଚନାକୁ ଆସୁ ନାହାଁନ୍ତି । ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ଗୃହକୁ ଚଳାଇ ନଦେବାର ଶପଥ ନେଇଛନ୍ତି । ଯାହାର ପ୍ରତିବାଦରେ ବିରୋଧ କରିଥିବା କହିଛି ବିଜେଡି ।

Leave A Reply

Your email address will not be published.