ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କମୁଛି ସଂକ୍ରମଣ, ଜୁନ ୧୭ ପରେ ରାଜ୍ଯରେ ହୋଇପାରେ ଅନଲକ୍ ପ୍ରକ୍ରିୟା

ଭୁବନେଶ୍ୱର: ଜୁନ ୧୭ ତାରିଖ ପରେ ଆଉ ଲକ୍‌ଡାଉନ୍‌ର ଆବଶ୍ୟକତା ପଡ଼ିବ ନାହିଁ । କିନ୍ତୁ, ଲୋକମାନେ ଅଧିକ ସର୍ତକ ଓ ସଚେତନ ରହିବା ଆବଶ୍ୟକତା ରହିଛି । ସଂକ୍ରମଣ କମୁଥିବାବେଳେ ଏପରି ଏକ ଆସ୍ୱସ୍ତିକର ଖବର ଦେଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର । ବର୍ତ୍ତମାନ ରାଜ୍ୟରେ ଦୈନିକ ୧୦ପ୍ରତିଶତ କରୋନା ପଜିଟିଭ ହାର ରହିଛି । ଜୁନ୍ ୧୭ ବେଳକୁ ଏହି ହାର ୫ପ୍ରତିଶତ ତଳକୁ ଖସିଯାଇଥିବ । ତେଣୁ ଆଉ ଲକଡାଉନର ଆବଶ୍ୟକତା ପଡିବ ନାହିଁ ବୋଲି ମତପ୍ରକାଶ କରିଛନ୍ତି ସ୍ବାସ୍ତ୍ୟ ବିଶେଷଜ୍ଞ।

ଏହାପରେ ସ୍ଥିତିରେ ସୁଧାର ଆସିବ । ଏହି ସ୍ଥିତିରେ ଲକଡାଉନ ନୁହେଁ କେବଳ କିଛି କଟକଣା ମଧ୍ୟରେ ଅନଲକ ପ୍ରକ୍ରିୟା ଆରମ୍ଭ କରାଯାଇପାରିବ । ଭୁବନେଶ୍ବରରେ କୋଭାକ୍ସିନ୍ ଟିକା ଉପଲବଧ୍ ନଥିଲେ, କୋଭିସିଲ୍ଡ ଟିକା ଲୋକଙ୍କୁ ଦେବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର ପରାମର୍ଶ ଦେଇଛନ୍ତି । ହେଲେ କାହାକୁ ମିକ୍ସଡ୍ ଡୋଜ ଦିଆନଯାଉ କହିଛନ୍ତେ ସେ ।

ପ୍ରଥମ ଡୋଜ୍ ଯେଉଁ ଟିକା ନେଇଥିବେଦ୍ବିତୀୟ ଡୋଜ୍ ମଧ୍ୟ ସେହି ଟିକା ନେବା ଜରୁରୀ ରହିଛି । କୋଭିଡ ସମୁଦାୟ ଭାବେ ହଟିନି ତଥାପି ଆମକୁ ସତର୍କ ଏବଂ ସଚେତନ ରହିବା ଆବଶ୍ୟକ । କିନ୍ତୁ ଆଗକୁ ଅର୍ଥାତ ଜୁନ ୧୭ ପରେ ସ୍ଥିତିରେ ସୁଧାର ଆସିବାରେ ଲାଗିବ । ସେହି ସ୍ଥିତିରେ ଆଉ ଲକଡାଉନ ନୁହେଁ ବଂର ଅନଲକ ହୋଇଯିବ ବୋଲି ଆକଳନ କରିଛନ୍ତି ନିରୋଜ ମିଶ୍ର ।

Leave A Reply

Your email address will not be published.