ମାର୍ଚ୍ଚ ୧୦ରେ ମାଟ୍ରିକ୍ ପରୀକ୍ଷା, ଫେବୃଆରୀ ୧୫ରୁ ଆରମ୍ଭ ହେବ ପ୍ରାକ୍ଟିକାଲ୍ ପରୀକ୍ଷା; ବୋର୍ଡ ପକ୍ଷରୁ କାର୍ଯ୍ୟସୂଚୀ ପ୍ରକାଶ

ଭୁବନେଶ୍ବର : ମାର୍ଚ୍ଚ ୧୦ରୁ ଆରମ୍ଭ ହେବ ମାଟ୍ରିକ୍ ପରୀକ୍ଷା । ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଦିଆଯାଇଛି ସୂଚନା । ଏହି ପରୀକ୍ଷା ମାର୍ଚ୍ଚ୧୦ ରୁ ଆରମ୍ଭ ହୋଇ ୨୦ ତାରିଖରେ ଶେଷ ହେବା ନେଇ ସୂଚନା ରହିଛି । ଏନେଇ ବୋର୍ଡ ବୋର୍ଡ ପକ୍ଷରୁ ପରୀକ୍ଷା କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ତେବେ ଏହି ପରୀକ୍ଷା ସକାଳ ୮ ରେ ଆରମ୍ଭ ହୋଇ ୧୦ ଟାରେ ସରିବା ନେଇ କାର୍ଯ୍ୟସୂଚୀରେ ଉଲ୍ଲେଖ ରହିଛି ।
ଭୋକେସନାଲ ଟ୍ରେଡ ବ୍ୟତୀତ ଅନ୍ୟ ସମସ୍ତ ବିଷୟରେ ୮୦ ମାର୍କର ପରୀକ୍ଷା କରାଯିବ । ଏଥିରେ ୫୦ ନମ୍ବର ସଂକ୍ଷିପ୍ତ ଉତ୍ତରମୂଳକ(MCQ) ପ୍ରଶ୍ନ ରହିବ ଯାହାର ଉତ୍ତରକୁ ଓଏମ୍ଆର୍(OMR) ସିଟ୍ରେ ପୂରଣ କରାଯିବ । ତେବେ ଅବଶିଷ୍ଟ ୩୦ ନମ୍ବର ସବ୍ଜେକ୍ଟିଭ୍ ପ୍ରଶ୍ନ ରହିବ ଓ ଏହାର ଉତ୍ତର ପ୍ରଶ୍ନପତ୍ର ବୁକ୍ଲେଟ୍ରେ ଲେଖିବାକୁ ପଡ଼ିବ । ଏଥିସହ ଗଣିତ ବିଷୟରେ ଛାତ୍ରଛାତ୍ରୀଙ୍କୁ ଅତିରିକ୍ତ ୧୫ ମିନିଟ୍ ମିଳିବ । ଅର୍ଥାତ୍ ଗଣିତ ପରୀକ୍ଷା ଅବଧି ୨ ଘଣ୍ଟା ୧୫ ମିନିଟ୍ ରହିବ ।