ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶ୍ରୀକୃଷ୍ଣ ଜନ୍ମସ୍ଥାନ ଓ ଶାହୀ ମସଜିଦ ବିବାଦ ମାମଲା: ମସଜିଦର ସର୍ଭେ ପାଇଁ ନିର୍ଦ୍ଦେଶ ଦେଲେ ସ୍ଥାନୀୟ କୋର୍ଟ

ମଥୁରା: ଉତ୍ତର ପ୍ରଦେଶର ମଥୁରାରେ ଥିବା ଶ୍ରୀକୃଷ୍ଣ ଜନ୍ମଭୂମି ଓ ଶାହୀ ମସଜିଦ ବିବାଦ ସହ ଜଡିତ ଆବେଦନର ଶୁଣାଣି କରିଛନ୍ତି ସ୍ଥାନୀୟ କୋର୍ଟ । ଏହି ମାମଲାରେ ବିବାଦିତ ଜମିକୁ ସର୍ଭେ କରିବାକୁ ନର୍ଦ୍ଦେଶ ଦେଇଛନ୍ତି ମଥୁରା କୋର୍ଟ । ହିନ୍ଦୁସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ବିଷ୍ଣୁ ଗୁପ୍ତାଙ୍କ ଦାବି ଉପରେ ଶୁଣାଣି କରି ଜଷ୍ଟିସ ତୃତ୍ରୀ ସୋନିକା ବର୍ମା ଏହି ଆଦେଶ ଦେଇଛନ୍ତି । ମସଜିଦଟି କୃଷ୍ଣ ଜନ୍ମଭୂମିରେ ତିଆରି ହୋଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ କୃଷ୍ଣ ଜନ୍ମଭୂମି କମିଟି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା।

ମଥୁରା କୋର୍ଟ ଏହାର ଶୁଣାଣି କରି ଜାନୁଆରୀ ୨ରୁ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗକୁ ମସଜିଦ ମଧ୍ୟରେ ସର୍ଭେ କରି ରିପୋର୍ଟ ଦେବାକୁ କହିଛନ୍ତି। ଜାନୁଆରୀ ୨୦ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। କୋର୍ଟ ମାମଲାର ପରବର୍ତ୍ତୀ ଶୁଣାଣି ଜାନୁଆରୀ ୨୦ରେ କରିବେ।

ଉଲ୍ଲେଖଯାଗ୍ୟ, କୃଷ୍ଣ ଜନ୍ମଭୂମି ତଥା ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥଳରେ ଶାହି ଇଦ୍‌ଗାହ ନିର୍ମାଣ ହୋଇଥିବାରୁ ଏହାକୁ ହଟାଇବାପାଇଁ ୧୧ରୁ ଅଧିକ ଆବେଦନ ହୋଇଥିବାବେଳେ କୋର୍ଟ ଏଥିରୁ ଗୋଟିଏ ଆବେଦନକୁ ଗ୍ରହଣ କରିଥିଲେ। ପ୍ରଥମ ଆବେଦନଟି ୨ ବର୍ଷ ପୂର୍ବେ ଲକ୍ଷ୍ନୌ ବାସିନ୍ଦା ରଂଜନା ଅଗ୍ନିହୋତ୍ରୀଙ୍କ ଦ୍ବାରା ହୋଇଥିଲା। କୃଷ୍ଣ ଜନ୍ମଭୂମିରେ ମଦଜିଦ୍‌ ନିର୍ମାଣ ହୋଇଛି ବୋଲି ପିଟିସନ୍‌ରେ ଦର୍ଶାଯାଇଥିଲା ଏବଂ ଆବେଦନକାରୀ ସମଗ୍ର ୧୩.୧୭ ଏକର ଜମିର ମାଲିକାନା ଦାବି କରିଥିଲେ।

Leave A Reply

Your email address will not be published.