ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଅନଲାଇନରେ ଆଗ୍ରହୀ ପିଲାଙ୍କୁ କ୍ରିକେଟ୍ ଟ୍ରେନିଂ ଦେବେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର

ମୁମ୍ବାଇ : ଏଣିକି କ୍ରିକେଟ୍ ଅନ୍‌ଲାଇନରେ ମିଳିବ କ୍ରିକେଟ୍ ଟ୍ରେନିଂ। ଆଉ ଟ୍ରେନି ଦେବେ ଖୋଦ୍‌ କ୍ରିକେଟର ଭଗବାନ କୁହାଯାଉଥିବା ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର। ଭାରତୀୟ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ୍ ତଥା ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର ଲାଇଭ୍ ଇଣ୍ଟରାକ୍ଟିଭ୍ କ୍ଲାସ୍ ଆୟୋଜନ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଯାହା କ୍ରିକେଟ୍‌ ଏକାଡେମୀର ଶିକ୍ଷାର୍ଥୀମାନଙ୍କ ପାଇଁ ଉପଲବ୍ଧ ହେବ।

ସଚିନ ଅନଲାଇନ ଶିକ୍ଷା ପ୍ଲାଟଫର୍ମ ଅନଏକାଡେମୀର ବ୍ରାଣ୍ଡ ଆମ୍ବାସେଡର ହେବାପରେ ଅନଏକାଡେମୀରେ ସଚିନ ଆଗ୍ରହୀ ପିଲାମାନଙ୍କୁ କ୍ରିକେଟ ଶିଖାଇବେ ବୋଲି ଜଣାପଡିଛି। ତେନ୍ଦୁଲକର ଏହି ପ୍ଲାଟଫର୍ମରେ ମାଗଣାରେ କୋଚିଂ ଦେବେ ଏବଂ ପ୍ଲାଟଫର୍ମରେ ଲାଇଭ କୋଚିଂ କ୍ଲାସରେ ସାମିଲ ହେବେ ବୋଲି ଜଣାପଡିଛି।

ଚୁକ୍ତିର ଏକ ଅଂଶ ଭାବରେ, ଅନଏକାଡେମୀ ଶିକ୍ଷାର୍ଥୀମାନେ ଏକ ଲାଇଭ୍‌ ଇଣ୍ଟରାକ୍ଟିଭ୍ କ୍ଲାସ୍‌ର ସୁବିଧା ପାଇବେ। ଯାହା ମାଧ୍ୟମରେ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍‌ଙ୍କ ଦ୍ୱାରା ଯୁବକମାନଙ୍କୁ ତାଲିମ ଦିଆଯିବ ଏବଂ ପରାମର୍ଶ ଦିଆଯିବ। ଯାହା ସମସ୍ତେ ଅନଏକାଡେମୀ ପ୍ଲାଟଫର୍ମରେ ମାଗଣାରେ ଉପଲବ୍ଧ କରିପାରିବେ।

Leave A Reply

Your email address will not be published.