ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜଧାନୀରେ ଗର୍ଜିବେ ପାଇକ, ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ଦାବିରେ ବରୁଣେଇ ପାଦଦେଶରୁ ଭୁବନେଶ୍ୱର ଅଭିମୁଖେ ବିଶାଳ ପାଇକ ମେଳି

ଖୋର୍ଦ୍ଧା : ଖୋର୍ଦ୍ଧା-ଇଂରେଜ ମାନଙ୍କ ବିରୁଦ୍ଧରେ ଖୋର୍ଦ୍ଧା ଗଡ ରୁ ପାଇକ ବିଦ୍ରୋହ ଆରମ୍ଭ ହୋଇଥିଲା। ୧୮୦୪ମସିହାରେ ଆରମ୍ଭ ହୋଇଥିବା ଏହି ସଂଗ୍ରାମ କୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ର ମାନ୍ୟତା,ପାଇକ ରେଜିମେଣ୍ଟ ଗଠନ ଓ ପାଇକ ସ୍ମାରକୀ ଲାଗି ବିନା ମୂଲ୍ୟରେ ଜମି ଯୋଗାଇବା ଦାବି ନେଇ ଖୋର୍ଦ୍ଧା ବରୁଣେଇ ପୀଠ ରୁ ଓଡ଼ିଶା ବିର ମହାସଂଘ ପକ୍ଷରୁ ଏକ ବିରାଟ ପାଇକ ଗର୍ଜନ ସମାବେଶ ଭୁବନେଶ୍ୱର ଅଭିମୁଖେ ବାହାରିଛନ୍ତି। । ସାରା ଓଡ଼ିଶାର ବିଭିନ୍ନ ଅଂଚଳ ରୁ ପାଇକ ମାନେ ବରୁଣେଇ ପୀଠରେ ଏକାଠି ହେଉଛନ୍ତି। ଖୋର୍ଦ୍ଧା ବରୁଣେଇରୁ ବାହାରି ଖୋର୍ଦ୍ଧା ସହର ପରିକ୍ରମା କରି ମାଷ୍ଟରକ୍ୟାଣ୍ଟିନରୁ ରାମ ମନ୍ଦିର ପର୍ଯ୍ୟନ୍ତ ରାଲି କରାଯିବ । ଏହାପରେ ପ୍ରଦର୍ଶନୀ ପଡ଼ିଆଠାରେ ହେବ ସମାବେଶ ।

ଓଡିଶା ବୀର ମହାସଂଘ ସଭାପତି ପ୍ରକାଶ ହରିଚନ୍ଦନ, ସମ୍ପାଦକ ଡ.ଦିଲ୍ଲୀପ ହରିଚନ୍ଦନ, ଖୋର୍ଦ୍ଧା ବାର ସଭାପତି ବିଜୟ ସାମନ୍ତସିଂହାର, ଯୁବ ସଂଗଠକ ଅବନୀ ବରାଳ, କାର୍ଯ୍ୟକ୍ରମ ସଂଯୋଜକ ନରେନ୍ଦ୍ର ପୃଷ୍ଟି, ଡ.ବୃନ୍ଦାବନ ପଣ୍ଡାଙ୍କ ସମେତ ବହୁ ପାଇକ ଦଳବେହେରା ସ୍ଥାନୀୟ ବୁଦ୍ଧିଜିବୀ, ସାମାଜିକ କର୍ମୀ ପ୍ରମୁଖ ଉପସ୍ଥିତ ଅଛନ୍ତି। ବିଭିନ୍ନ ଅଞ୍ଚଳ ରୁ ଆସିଥିବା ପାଇକ ଆଖଡା ଦଳ ସମରକଳା ପ୍ରଦର୍ଶନ କରିଥିଲେ। ପାଇକ ସ୍ମାରକୀ ନିର୍ମାଣ କାର୍ଯ୍ଯ ତୁରନ୍ତ ଆରମ୍ଭ, ପାଇକ ରେଜିମେଣ୍ଟ ଗଠନ ମୁଖ୍ଯ ଦାବି ରହିଛି ବୋଲି ମହାସଂଘ ସମ୍ପାଦକ ହରିଚନ୍ଦନ କହିଛନ୍ତି।

ଏଥିସହିତ ପଢ଼ନ୍ତୁ

ସୂଚନାଯୋଗ୍ୟ ୧୮୧୭ରେ ବ୍ରିଟିଶ ଶାସନ ବିରୋଧରେ ଜୋରଦାର ଲଢ଼େଇ କରିଥିଲେ ପାଇକ । ୧୮୧୭ରୁ ୧୮୨୫ ପର୍ଯ୍ୟନ୍ତ ବକ୍ସି ଜଗବନ୍ଧୁ ବିଦ୍ୟାଧରଙ୍କ ନେତୃତ୍ବରେ ଚାଲିଥିଲା ଘମାଘୋଟ ଲଢ଼େଇ । ଏହା ହିଁ ଥିଲା ବ୍ରିଟିଶ ବିରୋଧରେ ପ୍ରଥମ ସଶସ୍ତ୍ର ବିଦ୍ରୋହ । ୨୦୧୭ ମସିହାରେ ରାଜ୍ୟ ସରକାର ଏହି ଲଢ଼େଇକୁ ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା ଦେବାକୁ ସଂକଳ୍ପ ପାରିତ କରି କେନ୍ଦ୍ରକୁ ପଠାଇଥିଲେ । ୨୦୧୯ରେ ଖୋର୍ଦ୍ଧା ବରୁଣେଇକୁ ରାଷ୍ଟ୍ରପତିଙ୍କ ଗସ୍ତ ବେଳେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦାବି ଦୋହରାଇଥିଲେ । କିନ୍ତୁ ୨୦୨୧ ଡ଼ିସେମ୍ବର ୩ ତାରିଖରେ ସଂସଦରେ ତତ୍କାଳୀନ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡ଼କର ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ଦେଇ ହେବ ନାହିଁ ବୋଲି କହିଥିଲେ । କେନ୍ଦ୍ର ସରକାର ବାରମ୍ବାର ଓଡ଼ିଶା ସରକାର ଏବଂ ପାଇକ ମହାସଂଘ ଦାବିକୁ ଗ୍ରହଣ କରୁନଥିବାରୁ ଆଗକୁ ଦିଲ୍ଲୀରେ ମହା ସମାବେଶ କରାଯାଇ କେନ୍ଦ୍ର ସରକାର ବିରୋଧରେ ଜୋରଦାର ଗର୍ଜନ ସମାବେଶର ଯୋଜନା ରହିଛି ।

Leave A Reply

Your email address will not be published.