ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜବଲପୁରର ଏକ ଘରୋଇ ଡାକ୍ତରଖାନାରେ ଭୟାବହ ଅଗ୍ନିକାଣ୍ଡ, ୧୦ ମୃତ

ଭୋପାଳ: ମଧ୍ୟ ପ୍ରଦେଶର ଏକ ଘରୋଇ ହସ୍ପିଟାଲରେ ଘଟିଛି ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ବର୍ତ୍ତମାନ ସୁଦ୍ଧା ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ନ୍ୟୁ ଲାଇଫ୍ ମଲ୍ଟି ସ୍ପେସିଆଲିଟି ହସ୍ପିଟାଲରେ ଏହି ଭୟାବହ ଅଗ୍ନିକାଣ୍ଡ ଘଟିଛି । ଡାକ୍ତରଖାନାରେ ନିଆଁ ଲାଗିଥିବା ନେଇ ଖବର ମିଳିବା ମାତ୍ରେ ଅଗ୍ନିଶମ ବିଭାଗ ଅଧିକାରୀ ମାନେ ପହଂଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଚଳାଇଥିଲେ । ହସ୍ପିଟାଲରେ ନିଆଁ ଏତେ ଭୟଙ୍କର ଥିଲା ଯେ, ଫାୟାର ବ୍ରିଗେଡ୍‌ ଗାଡି ଏହାକୁ ନିୟନ୍ତ୍ରଣ କରିପାରିନଥିଲା। ଏହାପରେ ବିଜୁଳି ବିଭାଗ କର୍ମଚାରୀ ଲାଇନ କନେକ୍ସନ କାଟିଥିଲେ। ଏହାପରେ ପ୍ରାୟ ଏକ ଘଣ୍ଟାର କଷ୍ଟ ପରେ ନିଆଁକୁ କାବୁ କରାଯାଇଥିଲା।

ଦମକଳ ବାହିନୀର ୪ଟି ଟିମ୍ ଉଦ୍ଧାରକାର୍ଯ୍ୟରେ ଲାଗିଥିବା ବେଳେ ସମସ୍ତ ରୋଗୀ ଏବଂ ସମ୍ପର୍କୀୟଙ୍କୁ ଉଦ୍ଧାର କରାଯାଇଥିବା ନେଇ ଜବଲପୁର ଚିଫ୍ ସୁପରିଣ୍ଟେଣ୍ଡେଣ୍ଟ ଅଖିଳେଶ ଗୌର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଅପରପକ୍ଷରେ ମୃତକଙ୍କ ପରିବାରଙ୍କ ପିଛା ୫ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ । ସେହିଭଳି ଗୁରୁତରଙ୍କୁ ୫୦ ହଜାର ଟଙ୍କାର ସହାୟତା ଘୋଷଣା ହୋଇଛି । ସମସ୍ତଙ୍କ ଚିକିତ୍ସା ଖର୍ଚ୍ଚ ରାଜ୍ୟସରକାର ଉଠାଇବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

Leave A Reply

Your email address will not be published.