ରାଜଧାନୀରେ ବଡ଼ ଧରଣର ସାଇବର ଠକେଇ, ଲିଙ୍କ କ୍ଲିକ କରିଦେଲେ ଖାଲି ହୋଇଗଲା ଆକାଉଣ୍ଟ

ଭୁବନେଶ୍ବର : ଥମୁନି ସାଇବର ଠକଙ୍କ ଉତ୍ପାତ। ରାଜ୍ୟ ରାଜଧାନୀରେ ସାଇବର୍‍ ଠକେଇ ବଢ଼଼ିବାରେ ଲାଗିଛି। ସାଇବର ଠକେଇ କମେଇବା ପାଇଁ ପୁଲିସ ସ୍ବତନ୍ତ୍ର ଜ୍ଞାନ କୌଶଳ ଆପଣାଉଥିବା ବେଳେ ନୂଆନୂଆ କୌଶଳରେ ଠକେଇ କରିବାରେ ବ୍ୟସ୍ତ ଅଦୃଶ୍ୟ ଠକ। ଯାହା ପୁଲିସର ଚିନ୍ତା ବଢ଼଼ାଇ ଦେଇଛି। ଆଜି ମଧ୍ୟ ଭୁବନେଶ୍ବରରୁ ୧୦ଟଙ୍କା ଦେଇ  ୧୩ ଲକ୍ଷ ଟଙ୍କା ନେଇଯାଇଛନ୍ତି ସାଇବର ଠକ। ରାଜଧାନୀ ଭୁବନେଶ୍ବରର ଶୈଳଶ୍ରୀବିହାର ଅଂଚଳରେ ଏହି ବଡ ଧରଣର ସାଇବର ଠକେଇ ହୋଇଥିବା ନେଇ ସାଇବର ଥାନାରେ ଅଭିଯୋଗ ହୋଇଛି।

ସୂଚନା ଅନୁସାରେ ଭୁବନେଶ୍ବର ଶୈଳଶ୍ରୀବିହାର ଅଂଚଳରେ ରହୁଥିବା ପୂର୍ବତନ TCI ଅଧିକାରୀ ସଦାଶିବ ମହାନ୍ତି ଏହି ଠକେଇର ଶିକାର ହୋଇଛନ୍ତି। ସଦାଶିବ ତାଙ୍କ ମୋବାଇଲ ନମ୍ବର ପୋର୍ଟେବିଲିଟି କରିବାକୁ ଆବେଦନ କରିଥିଲେ। ଆଜି ସାଇବର ଠକ ତାଙ୍‌କ ପାଖକୁ କଲ୍‌ କରି ମୋବାଇଲ ନମ୍ବର ପୋର୍ଟେବିଲିଟି କରିବା ବିଷୟରେ ପଚାରିବା ସହ ତାଙ୍କ ମୋବାଇଲ ନମ୍ବରକୁ ସାଇବର ଠକ ଜଣଙ୍କ କୌଶଳକ୍ରମେ ଓଟିପି ପଠାଇ ଲିଙ୍କରେ  କ୍ଲିକ୍ କରିବାକୁ କହିଥିଲେ । ଲିଙ୍କ୍ ରେ କ୍ଲିକ୍ କରିବା ପରେ ଆକାଉଣ୍ଟ ଖାଲି ହୋଇଯାଇଥିଲା । ଏହାପରେ ସଦାଶିବ ସାଇବର ଠକେଇ ନେଇ ଅଭିଯୋଗ କରିଛନ୍ତି ।

Leave a comment