ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭାରତରେ ଡାଉନ ହେଲା ହ୍ବାଟ୍ସଆପ୍; ଡାଉନ ଯୋଗୁଁ ଟେକ୍ସଟ, ଭଏସ୍, ଭିଡିଓ ମେସେଜ୍ ସେବା ଠପ୍

ନୂଆଦିଲ୍ଲୀ: ଭାରତରେ ଡାଉନ ହେଲା ହ୍ବାଟ୍ସଆପ୍ । ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମ ହ୍ୱାଟ୍ସଆପ୍‌ ଦେଶର ବିଭିନ୍ନ ସ୍ଥାନରେ କାମ କରୁ ନଥିବା ସୂଚନା ମିଳିଛି। ହ୍ବାଟ୍ସଆପ୍ ଡାଉନ ଯୋଗୁଁ ଟେକ୍ସଟ, ଭଏସ୍, ଭିଡିଓ ମେସେଜ୍ ସେବା ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ଦେଶରେ ଗତ ଅଧଘଣ୍ଟା ଧରି ସର୍ଭର ଠପ୍ ହୋଇଯାଇଛି । ଅନେକ ଲୋକ ଏହି ଅସୁବିଧାର ସାମ୍ନା କରୁଛନ୍ତି । ଲୋକମାନେ ନା ମେସେଜ ପଠାଇପାରୁଛନ୍ତି ନା ମେସେଜ ଗ୍ରହଣ କରିପାରୁଛନ୍ତି । ୟୁଜର୍ସମାନେ ହ୍ବାଟ୍ସଆପ୍ ରେ କୌଣସି ମେସେଜ୍‌ ପଠାଇଲେ ଏହା ଅନ୍ୟ ୟୁଜର୍ସଙ୍କ ପାଖରେ ପହଞ୍ଚି ପାରୁନଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଲୋକେ ଟ୍ୱିଟରରେ ପୋଷ୍ଟ କରୁଛନ୍ତି ।

Leave A Reply

Your email address will not be published.