ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଫେସବୁକ୍‌ ପ୍ରେମିକ ସହ ପତ୍ନୀଙ୍କୁ ବିବାହ କରାଇଲେ ସ୍ୱାମୀ

କେନ୍ଦ୍ରାପଡା : ବିବାହିତ ମହିଳାଙ୍କ ଫେସବୁକରୁ ବନ୍ଧୁତା । ପରେ ମୋବାଇଲ ନମ୍ବର ଦିଆନିଆ । ଏହାପରେ ଚାଲେ ଘଣ୍ଟା ଘଣ୍ଟା ଫୋନରେ କଥାବାର୍ତ୍ତା । ଆଉ ହ୍ଵାଟ୍ସଆପ ଆଉ ମେସେଞରରେ ମେସେଜ ଦିଆନିଆ । କିଛିଦିନ ପରେ ପରସ୍ପରକୁ ଦେଖା କରିବାକୁ ଉଭୟ ଏକ ନିଛାଟିଆ ସ୍ଥାନ ବାଛିଥିଲେ । ହେଲେ ଉଭୟଙ୍କ ଦେଖା ଚାହାଁ ଭିତରେ ବିବାହିତା ମହିଳାଙ୍କ ଶାଶୂଘର ଲୋକେ ଧରିଥିଲେ । ଉଭୟଙ୍କୁ ଥାନାରେ ଜିମା ଦେଇଥିଲେ । ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ସଦର ଥାନା ଅଧିନ ଭରତପୁର ଅଞ୍ଚଳରେ । ଥାନାରେ ଆରମ୍ଭ ହେଲା ହାଇ ଭୋଲେଟଜ ଡ୍ରାମା । ପ୍ରେମିକଙ୍କ ସହ ବିବାହ କରିବାକୁ ଜିଦି ଧରିଲେ ମହିଳା ।

ଏନେଇ ସ୍ୱାମୀ ଉଭୟଙ୍କୁ ସ୍ଥାନୀୟ ଗୋବିନ୍ଦଜୀଉ ମନ୍ଦିରରେ ବିବାହ କରାଇଲେ । ସ୍ୱାମୀ ନିଜ ପତ୍ନୀଙ୍କ ସୁଖ ପାଇଁ ପ୍ରେମିକ ସହ ବିବାହ କରାଇବା ଘଟଣା ଏବେ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ଏନେଇ ପତ୍ନୀଙ୍କ ପାଇଁ ଯେଉଁ ତ୍ୟାଗ ଆଉ ବଳିଦାନ ସ୍ୱାମୀ କରିଛନ୍ତି ତାହାକୁ ନେଇ ସବୁଆଡେ ଆଲୋଚନା ହେଉଛି ।

ସୂଚନା ମୁତାବକ, ଭରତପୁରର ତାପସ ମଲ୍ଲିକ ଗତ ୪ ବର୍ଷ ତଳେ ସୀତାଙ୍କୁ ବିବାହ କରିଥିଲେ । ଏବେ ଉଭୟଙ୍କ ୩ ବର୍ଷର ପୁଅ ରହିଛି । ସ୍ୱାମୀ ଓ ପୁଅକୁ ପର କରି କେମେତି ପ୍ରେମିକର ହାତ ଧରିଲେ ସେ ନେଇ ଅଞ୍ଚଳବାସୀ ଆଶ୍ଚର୍ଯ୍ୟ ହୋଇଛନ୍ତି ।

Leave A Reply

Your email address will not be published.