ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସମୁଦ୍ରରେ ନିଖୋଜ ଯୁବତୀଙ୍କୁ ଖୋଜିବାକୁ ନୌସେନାର ଖର୍ଚ୍ଚ ହେଲା ୧ କୋଟି, ହେଲେ ସେ ମିଳିଲେ ତାଙ୍କ………

ବିଶାଖାପାଟଣା : ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ସ୍ୱାମୀ ନିଜର ପତ୍ନୀ ସବୁଦ୍ରରେ ନିଖୋଜ ହୋଇଯାଇଥିବା ଅଭିଯୋଗ କରିଥିଲେ। ଯୁବକଙ୍କ ଅଭିଯୋଗ ପରେ ପୁଲିସ ଖୋଜାଖୋଜି ପରେ କୌଣସି ସୂଚନା ନପାଇବାରୁ  ନୌସେନା ଓ କୋଷ୍ଟଗାର୍ଡକୁ ସହାୟତା ମାଗିଥିଲା। ପୁଲିସର ଅନୁରୋଧ ପରେ ନୌସେନା ଓ କୋଷ୍ଟଗାର୍ଡ ପକ୍ଷରୁ ସର୍ଚ୍ଚ ଅପରେସନ୍‌ ଆରମ୍ଭ କରାଯାଇଥିଲା। ଯୁବତୀଙ୍କ ସ୍ବାମୀଙ୍କ ଅଭିଯୋଗ ପରେ ପ୍ରାୟ ୭୨ ଘଣ୍ଟା ଧରି ଖୋଜିବା ପରେ ମଧ୍ୟ ନିଖୋଜ ଯୁବତୀଙ୍କର କୌଣସି ଖୋଜ୍‌ଖବର ପାଇନଥିଲା ନୌସେନା। ଏପରିକି ଯୁବତୀଙ୍କ ଖୋଜିବା ପାଇଁ କୋଷ୍ଟଗାର୍ଡ ହେଲିକପ୍ଟର ମଧ୍ୟ ନିଯୋଜିତ କରାଯାଇଥିଲା। ସବୁଦ୍ରରେ ନିଖୋଜ ଯୁବତୀଙ୍କୁ ଖୋଜିବା ପାଇଁ  ନୌସେନା ପ୍ରାୟ ୧ କୋଟି ଖର୍ଚ୍ଚ ପରିବା ପରେ ଯାହା ଜଣାପଡିଥିଲା,ତାହା ଯୁବତୀଙ୍କ ସ୍ବାମୀ ଏବଂ ନୌସେନା-ପୁଲିସ ଅଧିକାରୀଙ୍କ ପାଦ ତଳୁ ମାଟି ଖସାଇଦେଇଥିଲା। ବାସ୍ତବରେ ଉକ୍ତ ଯୁବତୀ ସମୁଦ୍ରରେ ନିଖୋଜ ହୋଇନଥିଲେ ବରଂ ସମୁଦ୍ର କୂଳରୁ ନିଜ ସ୍ବାମୀଙ୍କୁ ଛାଡି ବୟଫ୍ରେଣ୍ଡ ସହ ଫେରାର ହୋଇଯାଇଥିଲେ।

ସୂଚନା ଅନୁସାରେ ଜଣେ ଯୁବକ ତାଙ୍କ ଦ୍ବିତୀୟ ବିବାହ ବାର୍ଷିିକୀରେ ପତ୍ନୀଙ୍କୁ ସରପ୍ରାଇଜ୍‌ ଦେବା ପାଇଁ ବିଶାଖାପାଟଣା ସି ବଚ୍‌କୁ ବୁଲାଇବାକୁ ଆଣିଥିଲେ। ସେଠାରେ ସେ ତାଙ୍କ ପତ୍ନୀଙ୍କୁ ଗୋଲାପ ଦେଇ ଫିଲ୍ମି ଅନ୍ଦାଜରେ ପ୍ରେମ ବ୍ୟକ୍ତ କରିଥିଲେ। ଏହାପରେ ଦୁହେଁ ବେଶ୍‌ କିଛି ସମୟ ବୁଲାବୁଲି କରିଥିଲେ ସମୁଦ୍ରକୂଳରେ । ଏହି ସମୟରେ ସ୍ବାମୀଙ୍କୁ ଏକ ଫୋନ୍‌ କଲ୍‌ ଆସିଲା। ସ୍ବାମୀ ଜଣଙ୍କ ଫୋନ୍‌ରେ କଥା ହେବାରେ ଟିକେ ବ୍ୟସ୍ତ ରହିବା ସହ ସ୍ତ୍ରୀଙ୍କଠୁ କିଛି ପାଦ ଦୂରକୁ ଚାଲିଗଲେ। ପତ୍ନୀ ମଧ୍ୟ ନିଜ ଫୋନ୍‌ରେ ସେଲଫି ନେବାରେ ବ୍ୟକ୍ତ ଥିଲେ। କିନ୍ତୁ କିଛି ସମୟ ପରେ ସ୍ବାମୀ ଫୋନ୍‌ରୁ କଥା ହୋଇଫେରିବା ପରେ ଦେଖନ୍ତି ତାଙ୍କ ସ୍ତ୍ରୀ ସେ ସ୍ଥାନରେ ନାହାନ୍ତି। ପତ୍ନୀଙ୍କୁ କଲ୍‌ କରିବା ପରେ ତାଙ୍କ ଫୋନ୍‌ ବନ୍ଦ ଆସିଲା। ଏହାପରେ ସେ ତାଙ୍କୁ ଖୋଜାଖୋଜି କରିବା ପରେ ମଧ୍ୟ ପାଇନଥିଲେ। ଉଭୟ ସମୁଦ୍ର କୂଳରେ ବୁଲୁଥିବା କାରଣରୁ ଏବଂ ସ୍ତ୍ରୀ ସମୁଦ୍ର କୂଳରେ ସେଲଫି ନେବା ସମୟରେ ସମୁଦ୍ରରେ ପଡିଯାଇଛନ୍ତି ବୋଲି ଭାବି ସ୍ବାମୀ ପୁଲିସରେ ଅଭିଯୋଗ କରିଥିଲେ।

ପତ୍ନୀଙ୍କୁ ବହୁତ ଖୋଜାଖୋଜି କରିବା ପରେ ସ୍ୱାମୀ ଅନୁଭବ କଲେ ଯେ ତାଙ୍କ ପତ୍ନୀ ବୁଡିଯାଇଥିବେ । ଏହା ତାଙ୍କୁ ବହୁତ ବିବ୍ରତ କରିଥିଲା ​। ତେଣୁ ସେ  ପୁଲିସ ଓ ମତ୍ସ୍ୟଜୀବୀଙ୍କ ସହାୟତା ଲୋଡିଥିଲା। ପ୍ରଥମେ ମତ୍ସ୍ୟଜୀବୀ ଓ ପୁଲିସ ଖୋଜିବା ପରେ ମଧ୍ୟ ତାଙ୍କ ପତ୍ନୀଙ୍କର କୌଣସି ପତ୍ତା ମିଳିନଥିଲା। ବକଙ୍କ ଅଭିଯୋଗ ପରେ ପୁଲିସ ଖୋଜାଖୋଜି ପରେ କୌଣସି ସୂଚନା ନପାଇବାରୁ  ନୌସେନା ଓ କୋଷ୍ଟଗାର୍ଡକୁ ସହାୟତା ମାଗିଥିଲା। ପୁଲିସର ଅନୁରୋଧ ପରେ ନୌସେନା ଓ କୋଷ୍ଟଗାର୍ଡ ପକ୍ଷରୁ ସର୍ଚ୍ଚ ଅପରେସନ୍‌ ଆରମ୍ଭ କରାଯାଇଥିଲା। ଯୁବତୀଙ୍କ ସ୍ବାମୀଙ୍କ ଅଭିଯୋଗ ପରେ ପ୍ରାୟ ୭୨ ଘଣ୍ଟା ଧରି ଖୋଜିବା ପରେ ମଧ୍ୟ ନିଖୋଜ ଯୁବତୀଙ୍କର କୌଣସି ଖୋଜ୍‌ଖବର ପାଇନଥିଲା ନୌସେନା। ଏପରିକି ଯୁବତୀଙ୍କ ଖୋଜିବା ପାଇଁ କୋଷ୍ଟଗାର୍ଡ ହେଲିକପ୍ଟର ମଧ୍ୟ ନିଯୋଜିତ କରାଯାଇଥିଲା। ସବୁଦ୍ରରେ ନିଖୋଜ ଯୁବତୀଙ୍କୁ ଖୋଜିବା ପାଇଁ  ନୌସେନା ପ୍ରାୟ ୧ କୋଟି ଖର୍ଚ୍ଚ ପରିବା ପରେ ଜଣାପଡିଲା ଯେ ମହିଳା ଜଣଙ୍କ ତାଙ୍କ ବୟଫ୍ରେଣ୍ଡ ସହ ଫେରାର ହୋଇଯାଇଛନ୍ତି। ନିଜେ ଯୁବତୀ ତାଙ୍କ ମାଙ୍କୁ ମେସେଜ କରି ଜଣାଇଲେ ଯେ ସେ ନିଜ ବୟଫ୍ରେଣ୍ଡଙ୍କ ସହ ନେଲୋର ପଳାଇଆସିଛନ୍ତି ।

ଉଲ୍ଲେଖନୀୟ କଥା ହେଉଛି, ଏହି ମହିଳା ୨୦୨୦ ମସିହାରେ ବିବାହ କରିଥିଲେ। ସେ ସ୍କୁଲ ଦିନରୁ ଅନ୍ୟ କାହାକୁ ଭଲ ପାଉଥିଲେ କିନ୍ତୁ ପରିବାର ଲୋକ ତାଙ୍କ ଅନ୍ୟତ୍ର ବିବାହ କରାଇଦେଇଥିଲେ। ବିବାହ ପରେ ମଧ୍ୟ ସେ ତାଙ୍କ ପ୍ରେମିକଙ୍କ ସହ ଲୁଚିଛଫି ଯୋଗାଯୋଗରେ ଥିଲେ ଏବଂ ଯୋଜନା ମୁତାବକ ଦ୍ବିତୀୟ ବିବାହ ବାର୍ଷିିକୀ ବୁଲିବାକୁ ଯାଇଥିବା ସମୟରେ ପ୍ରେମିକ ସହ ଫେରାର ହୋଇଯାଇଥିଲେ।

Leave A Reply

Your email address will not be published.