ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରଙ୍ଗ ସହ ବିବାହ: ଗୋଲାପି ରଙ୍ଗକୁ ବିବାହ କରି ମହିଳାଙ୍କ ନୂଆ ରେକର୍ଡ

ଗୋଲାପି ରଙ୍ଗ ପ୍ରତି ପ୍ରାୟ ମହିଳାଙ୍କ ଦୁର୍ବଳତା ରହିଛି। ଏପରି ଏକ ଦୁର୍ବଳତା କାରଣରୁ କାଲିଫର୍ଣ୍ଣିଆର ଜଣେ ମହିଳା ଗୋଲାପି ରଙ୍ଗକୁ ବିବାହ କରି ଏକ ନୂଆ ରେକର୍ଡ କରିଛନ୍ତି। ୪୦ ବର୍ଷୀୟା କିଟନ କେ ସେରା ନାମ୍ନୀ ଏହି ମହିଳା ଜଣକ ଗୋଲାପି ରଙ୍ଗ ସହ ବିବାହ ବନ୍ଧନରେ ଆବଦ୍ଧ ହେବା ସହ ନୂଆ ବର୍ଷକୁ ସ୍ବାଗତ କରିଥିଲେ। କେବଳ ସେତିକି ନୁହେଁ, ଏହି ଭବ୍ୟ ବିବାହ ସମାରୋହରେ କିଟନ ଗୋଲାପି ରଙ୍ଗର କୋଟ୍‌, ଗାଉନ୍‌, କ୍ରାଉନ୍‌ ଆଦି ପିନ୍ଧିଥିଲେ। ଏପରିକି ସେ ନିଜ କେଶକୁ ମଧ୍ୟ ଗୋଲାପି ରଙ୍ଗରେ ରଙ୍ଗାଇଥିଲେ। କିଟନଙ୍କ ବାନ୍ଧବୀମାନେ ମଧ୍ୟ ଗୋଲାପି ରଙ୍ଗର ପୋଷାକ ପରିଧାନ କରିଥିଲେ। ଏହି ବିବାହ ଉତ୍ସବରେ ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଗୋଲାପି ରଙ୍ଗର ପୋଷାକ ପିନ୍ଧିବାକୁ କିଟନ ଶପଥ ନେଇଥିଲେ।

କିଟନ କହିଛନ୍ତି ଯେ, ସେ ୧୯୮୦ ମସିହାରୁ ଗୋଲାପି ରଙ୍ଗର ପୋଷାକ ପିନ୍ଧୁଛନ୍ତି। ଏହି ରଙ୍ଗକୁ ବିବାହ କରିବାର କଳ୍ପନା କିଟନଙ୍କୁ ପ୍ରାୟ ଦୁଇ ବର୍ଷ ପୂର୍ବରୁ ଆସିଥିଲା। ଛୋଟ ପିଲାଟିଏ ଦିନେ ତାଙ୍କୁ ଉଜ୍ଜ୍ବଳ ଗୋଲାପି ପୋଷାକ ପିନ୍ଧିଥିବା କାରଣରୁ ପରିହାସ କରିଥିଲା। ପିଲାଟି କହିଥିଲା ଯେ, ତୁମେ ଯଦି ଗୋଲାପି ରଙ୍ଗକୁ ଏତେ ଭଲ ପାଉଛ, ତେବେ ଏହାକୁ ବିବାହ କରୁନ କାହିଁକି? ପିଲାଟିର କଥାକୁ କିଟନ ଉଚିତ୍‌ ଭାବିବା ସହ ଭବିଷ୍ୟତରେ ଏପରି କରିବାକୁ ନିଷ୍ପତ୍ତି ନେଇଥିଲେ।

Leave A Reply

Your email address will not be published.