ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନିଲାମ ହେଲା ମରିଚି କୁଣ୍ଡ ପାଣି, ଲକ୍ଷେ ୭୭ ହଜାର ଟଙ୍କାରେ ନିଲାମ ହେଲା ଦୁଇ କଳସ

ଭୁବନେଶ୍ୱର : ୨ବର୍ଷର କରୋନା କଟକଣା ପରେ ପୁଣି ନିଲାମ ହୋଇଛି ମରିଚି କୁଣ୍ଡ। ମୁକ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଥିବା ଏହି କୁଣ୍ଡରେ ମହାପ୍ରଭୁ ଲିଙ୍ଗରାଜଙ୍କ ରଥଯାତ୍ରା ପାଇଁ ପାଣି ନିଲାମ କରାଯାଇଛି। ମଧ୍ୟ ରାତ୍ରିରେ ମରିଚି କୁଣ୍ଡ ପାଣି ନିଲାମ ହୋଇଥିଲା। ମରିଚି କୁଣ୍ଡର ପ୍ରଥମ ଗରା ପାଣି ରଥ ପ୍ରତିଷ୍ଠା ନୀତିରେ ବ୍ୟବହାର ହୋଇଥିଲା। ଏହାପରେ ନିଲାମ ପ୍ରକ୍ରିୟା ଆରମ୍ଭ ହୋଇ ପ୍ରଥମ ଗରା ପାଣି ୧ ଲକ୍ଷ ୩୦ହଜାର ଟଙ୍କାରେ ନିଲାମ ହୋଇଛି।

ୟୁନିଟ୍‍-୫ସ୍ଥିତ ପ୍ରଗତୀ ନଗରର ସୁନନ୍ଦା ପ୍ରଧାନ ପ୍ରଥମ ଗରା ପାଣି ନିଲାମ ଧରିଥିଲେ। ସେହିପରି ଭୁବନେଶ୍ୱର ବାହଦଳପୁର ଅଞ୍ଚଳର ଦମ୍ପତି ସୁଶାନ୍ତ ସାହୁ ଓ ଲିପିନା ସାହୁ ଦ୍ୱିତୀୟଗରା ପାଣି ୪୭ ହଜାର ଟଙ୍କାରେ ନିଲାମ ଧରିଥିଲେ। ଏହି ପାଣିରେ ନିଃସନ୍ତାନ ଦମ୍ପତି ସ୍ନାନ କଲେ ସନ୍ତାନ ପ୍ରାପ୍ତି ହୋଇଥାନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରୁ ଶତାଧିକ ଦମ୍ପତି ନିଲାମରେ ଅଂଶଗ୍ରହଣ କରିଥିଲେ।ନିଲାମ ପ୍ରକ୍ରିୟା ବଡୁ ନିଯୋଗ କର୍ମକର୍ତ୍ତାଙ୍କ ତତ୍ତ୍ୱାବଧାନରେ କରାଯାଇଥିଲା।

ଅଧିକ ପଢନ୍ତୁ

ସୂଚନାଅନୁସାରେ ଗତକାଲି ରାତି ୧୨ଟାରେ ଆରମ୍ଭ ହୋଇଥିଲା ଏହି ନିଲାମି ପ୍ରକ୍ରିୟା । ୨୫ ହଜାର ଟଙ୍କାରେ ଧାର୍ଯ୍ୟ ହୋଇଥିଲା ପ୍ରଥମ କଳସିର ଦାମ । ପ୍ରଥମ କଳସି ପାଣି ନେବା ପାଇଁ ଦୁଇ ପରିବାର ଭିତରେ ଚାଲିଥିଲା ପ୍ରତିଯୋଗିତା । ୨୫ ହଜାରରୁ ଆରମ୍ଭ ହୋଇ ପ୍ରଥମ କଳସ ପାଣିକୁ ୧ ଲକ୍ଷ ୩୦ ହଜାର ଟଙ୍କାରେ ଭୁବନେଶ୍ୱରର ସୁନନ୍ଦା ପ୍ରଧାନ ଓ ବିରଞ୍ଚି ପ୍ରଧାନ ନିଲାମ ଡାକିଥିଲେ। ସେହି ଭଳି ଦ୍ୱିତୀୟ କଳସ ପାଣି ୧୫୦୦୦ ରୁ ଆରମ୍ଭ ହୋଇ ୪୭୦୦୦ ଟଙ୍କାରେ ଭୁବନେଶ୍ୱର ସରକନ୍ତରା ବାହାଦଳପୁର ଅଞ୍ଚଳର ଦମ୍ପତ୍ତି ସୁଶାନ୍ତ ସାହୁ ଓ ଲିପିନା ସାହୁ ନିଲାମ ନେଇଛନ୍ତି । ୩ୟ କଳସୀ ପାଇଁ ୧୧ ହଜାରରୁ ନିଲାମ ଆରମ୍ଭ ହୋଇଥିଲାବେଳେ ୧୭ ହଜାରରେ ନିଲାମ ଧରିଥିଲେ ଶ୍ରଦ୍ଧାଳୁ। ମରିଚି କୁଣ୍ଡ ପାଣି ନେବା ପରେ ମୁକ୍ତେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଉଭୟ ସ୍ବାମୀ ସ୍ତ୍ରୀ ସ୍ନାନ କରିବାର ବିଧି ରହିଛି । ଏହାପରେ ମନ୍ଦିର ବେଢାରେ ହୋମର ଆୟୋଜନ କରାଯାଇଥିଲା ।

ପ୍ରଭୁ ଲିଙ୍ଗାଜଙ୍କର ରୁକୁଣା ରଥଯାତ୍ରା ପୂର୍ବ ରାତି ଏଭଳି ବିଧି ରହିଛି। ଲିଙ୍ଗରାଜଙ୍କ ରୁକୁଣା ରଥ ପ୍ରତିଷ୍ଠା ପାଇଁ ମରିଚି କୁଣ୍ଡ ପାଣି ଯାଇଥିଲା । ରାତି ପ୍ରାୟ ୧୧ଟାରେ ମରିଚିକୁଣ୍ଡ ପାଣି ରଥ ପ୍ରତିଷ୍ଠା ପାଇଁ ଯାଇଥିଲା । ଏହା ପରେ ପରେ ପରମ୍ପରା ଅନୁଯାୟୀ ମଧ୍ୟ ରାତିରୁ ମରିଚି କୁଣ୍ଡ ପାଣି ନିଲାମ ହୋଇଥିଲା । ଏହି ପାଣିରେ ସ୍ନାନ କଲେ ସନ୍ତାନ ପ୍ରାପ୍ତି ହୁଏ ବୋଲି ଅନେଙ୍କର ବିଶ୍ବାସ ରହିଛି । ସେଥିପାଇଁ ରୁକୁଣା ରଥଯାତ୍ରାର ପୂର୍ବ ରାତିରେ ମରିଚି କୁଣ୍ଡ ପାଣି ନେବ ପାଇଁ ଚାହିଁ ବସିଥାନ୍ତି ଶ୍ରଦ୍ଧାଳୁ।

Leave A Reply

Your email address will not be published.