ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମାରାଥନ୍‌ରେ କିପରି ସାମିଲ ହେଲେ ମହିଳା, କିଏ ସେହି ପ୍ରଥମ ମହିଳା ଯିଏ ଦୌଡ଼ିଥିଲେ ମାରାଥନ୍‌

ପୁରୁଷ ପ୍ରଧାନ ସମାଜରେ ପ୍ରତିଟି କ୍ଷେତ୍ରରେ ସାମିଲ ହେବା ପାଇଁ ମହିଳାଙ୍କୁ ସଂଘର୍ଷ କରିବାକୁ ପଡିଥାଏ । ମାରାଥନ୍‌ ଲାଗି ମଧ୍ୟ ଦିନେ ଆମେରିକା ନିବାସୀ   କ୍ୟାଥେରିନ୍‌ ସ୍ବିଟ୍‌ଜର୍‌ଙ୍କୁ ସଂଘର୍ଷ କରିବାକୁ ପଡିଥିଲା। ତାଙ୍କର ସେହି ସଂଘର୍ଷ ବଳରେ ମହିଳାମାନେ ଆଜି ମାରାଥନ୍‌ରେ ସାମିଲ ହେବାର ସୁଯୋଗ ପାଇପାରିଛନ୍ତି । ମହିଳାମାନେ  ଦୁର୍ବଳ ନୁହନ୍ତି ଓ ସେମାନେ ମାରାଥନ୍‌ରେ ଦୌଡିବାକୁ ସକ୍ଷମ ବୋଲି ପ୍ରମାଣ କରିବାକୁ ସ୍ବିଟ୍‌ଜର୍‌ ୧୯୬୭ରେ ବୋଷ୍ଟନ ମାରାଥନ୍‌ରେ ଭାଗ ନେବାକୁ ଚାହୁଁଥିଲେ। ତେବେ ଦୌଡ଼ିବା ସମୟରେ ଜଣେ ଅଧିକାରୀ ସ୍ବିଟ୍‌ଜର୍‌ଙ୍କୁ ଧକ୍କା ଦେବା ସହ ତାଙ୍କ ରେସିଂ ନମ୍ବର ୨୬୧କୁ ଚିରିଦେବାକୁ ଚେଷ୍ଟା କରିଥିଲେ । କାରଣ ସ୍ବିଟ୍‌ଜର୍‌ ଜଣେ ମହିଳା ହୋଇ ମଧ୍ୟ ମାରାଥନ୍‌ରେ ସାମିଲ ହୋଇଥିଲେ।

ଏଥିପାଇଁ ସେ ସ୍ବିଟଜର୍‌ଙ୍କୁ ବାଧା ଦେବାକୁ ଉଦ୍ୟତ ହୋଇଥିଲେ । ଅବଶ୍ୟ ତାଙ୍କ ପୁରୁଷ ବନ୍ଧୁ ଜକ୍‌ ତାଙ୍କୁ ଦୌଡ଼ ପୂରା କରିବାକୁ କହିଥିଲେ। ଆଉ ଏହାପରେ ମାତ୍ର ୨୦ବର୍ଷର ଏହି କଲେଜ ଛାତ୍ରୀ ଜଣକ କେବଳ ଆମେରିକା ନୁହେଁ, ସାରା ବିଶ୍ବର ମହିଳାଙ୍କୁ ସେମାନଙ୍କ ହକ୍‌ ଦେବା ପାଇଁ ଏକ ଇତିହାସ ରଚିଥିଲେ। କାହିଁକିନା ସେତେବେଳେ ମହିଳାଙ୍କୁ ମାରାଥନ୍‌ରେ ଆନୁଷ୍ଠାନିକ ଭାବେ ସାମିଲ ହେବାର ସୁଯୋଗ ମିଳି ନ ଥିଲା । ତେବେ ତାଙ୍କର ସେହି ରେସିଂ ନମ୍ବର ଆଜିବି ସମସ୍ତଙ୍କ ମନେ ରହିଛି। ମହିଳାମାନେ ଦୁର୍ବଳ ହୋଇଥିବାରୁ ମାରାଥନ୍‌ରେ ସାମିଲ ହେବା ଠିକ ନୁହେଁ ବୋଲି ଏକଦା ଏହି କଥା ସ୍ବିଟ୍‌ଜର୍‌ଙ୍କୁ ତାଙ୍କ କୋଚ କହିଥିଲେ ।

ଏହି କଥା ଶୁଣିବା ପରେ ହିଁ ସେ ମାରାଥନ୍‌ରେ ସାମିଲ ହେବାକୁ ନିଷ୍ପତ୍ତି ନେଲେ । ୧୯୬୭ ଏପ୍ରିଲ ୧୯ରେ ଆୟୋଜିତ ବୋଷ୍ଟନ ମାରାଥନ୍‌ରେ ସ୍ବିଟ୍‌ଜର୍‌ ସାମିଲ ହୋଇ ଚାରି ଘଣ୍ଟା କୋଡିଏ ମିନିଟ ପୂରା କରିଥିଲେ। ସ୍ବିଟ୍‌ଜର୍‌ଙ୍କ କ୍ରାନ୍ତିକାରୀ ପଦକ୍ଷେପ ଆଜି ମହିଳାଙ୍କୁ ମାରାଥନ୍‌ରେ ମିଶିବାର ସୁଯୋଗ ପ୍ରଦାନ କରିଛି । ଏହାପରେ ସେ ମହିଳା ଘୋଷକାଭାବେ କାମ କଲେI ସେହିପରି ୧୯୮୪ରେ ମହିଳାଙ୍କ ପାଇଁ ପ୍ରଥମଥର ଅଲମ୍ପିକ୍‌ରେ ମାରାଥନ୍‌ ଆୟୋଜିତ ହୋଇଥିଲା।

Leave A Reply

Your email address will not be published.