ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୁଣି ନକ୍ସଲ ଉତ୍ପାତ : ଓଡ଼ିଶାରୁ ହାଇଦ୍ରାବାଦ ଯାଉଥିବା ବସରେ ଲଗାଇଲେ ନିଆଁ

ମାଲକାନଗିରି : କିଛି ଦିନର ନିରବତା ପରେ ପୁଣି ମାତିଲେ ମାଓବାଦୀ। ଯାତ୍ରୀବାହୀ ବସ୍‌କୁ ଜାଳିଦେଲେ ଲାଲ୍‌ବାହିନୀ। ମାଲକାନଗିରି ଜିଲ୍ଲା ସୀମାନ୍ତ କତୁର ନିକଟରେ ବସ୍‌ରେ ନିଆଁ ଲଗାଇ ଦେଇଛନ୍ତି। ପ୍ରଥମେ ଯାତ୍ରୀଙ୍କୁ ଗାଡ଼ିରୁ ଓହ୍ଲାଇ ଦେଇଥିଲେ। ପରେ ସେଥିରେ ନିଆଁ ଲଗାଇ ଦେଇଥିଲେ। ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ବସ୍‌ଟି ଉମରକୋଟରୁ ହାଇଦ୍ରାବାଦକୁ ଯାଉଥିଲା।

ସୂଚନାଅନୁସାରେ ମାଓବାଦୀମାନେ ଆଜି ଦଣ୍ଡକାରଣ୍ୟ ବନ୍ଦ ଦେଇଥିଲେ। କିନ୍ତୁ ନକ୍ସଲଙ୍କ ବନ୍ଦ ଡାକରାକୁ ଖାତିର କଲେନି ଘରୋଇ ବସ୍‌ ମାଲିକ । ପରିଣାମ ସ୍ୱରୂପ ରାତି ଅଧରେ ଏକ ଯାତ୍ରୀବାହୀ ବସ୍‌ରେ ନିଆଁ ଲଗାଇଥିଲେ ଶତାଧିକ ନକ୍ସଲ । ବସ୍‌ରେ ଥିବା ୫୦ ପାଖାପାଖି ଯାତ୍ରୀ ସୁରକ୍ଷିତ ଥିବା ବେଳେ ବସ୍‌ଟି ଜଳି ପୋଡ଼ି ପାଉଁଶ ହୋଇ ଯାଇଛି। ଗତକାଲି ରାତିରେ ଓଡ଼ିଶାର ମାଲକାନଗିରି ଜିଲ୍ଲା ମୋଟୁଠାରୁ ମାତ୍ର ୧୦ କିମି ଦୂର ଆନ୍ଧ୍ରପ୍ରଦେଶ କୁଟୁରଠାରେ ଘଟିଛି ଏହି ଅଘଟଣ। ବସ ପୋଡିବା ପରେ ନକ୍ସଲମାନେ ପୋଷ୍ଟର ସହ ଲିଫଲେଟ ଛାଡ଼ି ଚାଲିଯାଇଛନ୍ତି।

ବସ୍‌ପୋଡି ସମ୍ପର୍କରେ ସୂଚନାପାଇ ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ତଦନ୍ତ ଜାରି ରହିଛି । ନକ୍ସଲ ଉପଦ୍ରବ ଅଞ୍ଚଳ ହୋଇ ନ ଥିବା ସତ୍ତ୍ୱେ କୁଟୁରଠାରେ ଶତାଧିକ ନକ୍ସଲ ଏପରି କାଣ୍ଡ ଘଟାଇଥିବାରୁ ସେଠାରେ ସେମାନଙ୍କ ଦବଦବା ବଢ଼ିଥିବା ଅନୁମାନ କରାଯାଇଛି। ତେଣୁ ସ୍ଥାନୀୟ ଅଞ୍ଚଳରେ ପୁଲିସ୍‌ ଅପରେସନ ବଢ଼ାଇ ଦେଇଛି।

Leave A Reply

Your email address will not be published.