ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଲାଲବାହୀନିର ବର୍ବରତା; ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଉଠାଇ ନେଇ ଜଣକୁ ହତ୍ୟା

କଳାହାଣ୍ଡି: କିଛି ଦିନର ନିରବାତା ପରେ ପୁଣି ରକ୍ତମୁଖା ହୋଇଛି ଲାଲବାହିନୀ। ପୋଲିସ ଇନଫର୍ମର ସନ୍ଦେହରେ ଜଣକୁ ହତ୍ୟା କରିଥିବା ଜଣାପଡିଛି। ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ସଦର ଥାନା ଅନ୍ତର୍ଗତ ଯୁଗସାଇପାଟଣା ପଞ୍ଚାୟତର ଦୁର୍ଗମ ତଲ ପଞ୍ଚକୁଲ ଗାଁର ଲାଲବତି ମାଝୀ ନାମକ ଜଣେ ଗ୍ରାମବାସୀଙ୍କୁ ମାଓବାଦୀମାନେ ଘରୁ ଉଠାଇ ନେଇ ପୋଲିସକୁ ତଥ୍ୟ ପ୍ରଦାନ କରୁଥିବା ଇନଫର୍ମର ସନ୍ଦେହରେ ହତ୍ୟା କରିଥିବା ଜଣାପଡ଼ିଛି। ତେବେ ଘଟଣା ସ୍ଥଳରେ ମାଓବାଦୀଙ୍କ ପୋଷ୍ଟର ମଧ୍ୟ ମିଳିଥିବା ସୂଚନା ମିଳିଛି ।ଅଞ୍ଚଳର କିଛି ଲୋକ ମଧ୍ୟ ପୋଲିସ ଇନଫର୍ମର ଥିବା ଲାଲ ସଂଗଠନ ପକ୍ଷରୁ ପୋଷ୍ଟର ମାଧ୍ୟମରେ ଚେତାବନୀ ଦିଆଯାଇଛି । ତେବେ ଏନେଇ ପୋଲିସ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ସୂଚନା ଦେଇ ନଥିବା ବେଳେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଏବଂ କୁମ୍ବିଂ ଅପରେସନ ଜାରି ରହିଥିବା ଜଣାପଡ଼ିଛି।

Leave A Reply

Your email address will not be published.