ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜବାନଙ୍କ କ୍ୟାମ୍ପ ଉପରେ ମାଓବାଦୀଙ୍କ ଗୁଳିବର୍ଷଣ , 4 ଜବାନ ଆହତ

ମାଲକାନଗିରି : ମାଲକାନଗିରି ଛତିଶଗଡ ସିମାନ୍ତ ବିଜାପୁର ଜିଲ୍ଲାରେ ପୋଲିସ କେମ୍ପ ଉପରେ ନକ୍ସଲ ହାମଲା । କୁଟରୁ ଥାନା ଅନ୍ତର୍ଗତ ଦରଭା ପୋଲିସ କେମ୍ପ ଉପରେ ଗତକାଲି ରାତିରେ ଶତାଧିକ ମାଓବାଦୀ ଆକ୍ରମଣ କରିଥିଲେ । ମାଓବାଦୀଙ୍କ ପକ୍ଷରୁ ଗୁଳି ଚାଳନା କରାଯିବା ସହ ବୋମା ବିସ୍ଫୋରଣ ମଧ୍ୟ କରାଯାଇଥିଲା । ଦୀର୍ଘ ଚାରି ଘଣ୍ଟା ଧରି ଏହାର ପାଲଟା ଜବାବ ମଧ୍ୟ ଦେଇଥିଲେ ସୁରକ୍ଷା କର୍ମୀ । ତେବେ ନକ୍ସଲ ଆକ୍ରମଣରେ ଚାରି ଜଣ ଜବାନ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଗୁରୁତର ଦୁଇ ଜଣଙ୍କୁ ବାୟୁ ସେନାର ହେଲିକେପ୍ଟର ଯୋଗେ ରାୟପୁର ସ୍ଥାନାନ୍ତର କରାଯାଇଛି । ଅନ୍ୟ ଦୁଇ ଜଣଙ୍କୁ ବିଜାପୁର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଘଟଣା ପରେ ନକ୍ସଲ ମାନେ ପଳାୟନ କରିଥିବା ବେଳେ ସେଠାରେ ଜବାନଙ୍କ ପକ୍ଷରୁ କମିଂ ଅପରେସନ ଆରମ୍ଭ କରାଯାଇଛି ।

Leave A Reply

Your email address will not be published.