ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମାଓବାଦୀଙ୍କ ଅମାନୁଷିକ କାଣ୍ଡ: ପୁଲିସ ଇନର୍ଫମର ସନ୍ଦେହରେ ୨ ଛାତ୍ରଙ୍କୁ ଗଳାକାଟି ହତ୍ଯା କଲେ ମାଓବାଦୀ

ସୁକୁମା: ପୁଣି ମାତିଲେ ମାଓବାଦୀ। ଛତିଶଗଡ଼ ସୁକୁମାରେ ମାଓବାଦୀଙ୍କ ବର୍ବର କାଣ୍ଡ। ୨ ଛାତ୍ରଙ୍କ ଗଳାକାଟି ହତ୍ଯା କରିଛନ୍ତି ମାଓବାଦୀ। ପୁଲିସ ଇନର୍ଫମର ସନ୍ଦେହରେ ଏହି ହତ୍ଯାକାଣ୍ଡ ଘଟିଥିବା ସୂଚନା। ମିଲପାଲି ଜଙ୍ଗଲରେ ଏହି ବୀଭତ୍ସ ହତ୍ଯାକାଣ୍ଡ ଘଟିଛି। ଏ ନେଇ ସୁକୁମା ଏସ୍ପି ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ସୋମବାର ସକାଳେ ମିଲପାଲି ଜଙ୍ଗଲରେ ୨ ଜଣଙ୍କ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଚଳାଇଛି।

ହତ୍ୟାର ଶିକାର ହୋଇଥିବା ଦୁଇ ଛାତ୍ର ପୁଲିସ ଇନଫର୍ମର ଭାବେ କାର୍ଯ୍ୟ କରୁଥିବା ସନ୍ଦେହ କରି ମାଓବାଦୀମାନେ ଉଭୟଙ୍କୁ ସେମାନଙ୍କ ଘରୁ ଡାକି ନେଇଥିଲେ। ପରେ ସେମାନଙ୍କୁ ହତ୍ୟା କରି ଜଙ୍ଗଲରେ ଫିଙ୍ଗି ଦେଇଥିବା ଜଣାପଡ଼ିଛି।

Leave A Reply

Your email address will not be published.