ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୁଣି ମାତିଲେ ମାଓବାଦୀ, ଜାଳିଦେଲେ ଜେସିବି ଓ ଟ୍ରାକ୍ଟର

ଫୁଲବାଣୀ: ପୁଣି ମାଓବାଦୀଙ୍କ ବର୍ବରତା । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ କିଆମୁଣ୍ଡା ଗ୍ରାମରେ ସୋମବାର ବିଳମ୍ବିତ ରାତିରେ  ରାସ୍ତା କାମରେ ଲାଗିଥିବା ଜେସିବି ଓ ଟ୍ରାକ୍ଟରକୁ ପୋଡିଦେଇଛନ୍ତି ମାଓବାଦୀ । ମାଶ୍ରୀପଡାଠାରୁ କରାଣ୍ଡିବାଲି ପର୍ଯ୍ଯନ୍ତ ହେଉଥିବା ରାସ୍ତା କାମରେ ଏହି ଜେସିବି ଲାଗିଥିଲା। ତ୍ରିଶକ୍ତି ଠିକାଦାର ସଂସ୍ଥା ଏହି କାର୍ଯ୍ଯ କରୁଥିବା ଜଣାପଡିଛି । ଏଥିସହ ମାଓବାଦୀମାନେ ସେଠାରେ ପୋଷ୍ଟର ଓ ବ୍ୟାନର ମଧ୍ୟ ଲଗାଇଛନ୍ତି । ଆଗକୁ ପଞ୍ଚାୟତ ନିର୍ବାଚନ ରହିଛି । ମାଓବାଦୀଙ୍କ ଏଭଳି କାଣ୍ଡ ଯୋଗୁଁ ସ୍ଥାନୀୟଲୋକେ ଭୟଭୀତ ହୋଇପଡିଛନ୍ତି।

Leave A Reply

Your email address will not be published.