ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କନ୍ଧମାଳ ଏସ୍ପିଙ୍କ ନିକଟରେ ମହିଳା ମାଓ ମେମ୍ବରଙ୍କ ଆତ୍ମ ସମର୍ପଣ

କନ୍ଧମାଳ: ମହିଳା ମାଓବାଦୀଙ୍କ ଆତ୍ମ ସମର୍ପଣ । କନ୍ଧମାଳ ଜିଲା ବାଲିଗୁଡା ଥାନା କୁଟିକିଆ ଅଂଚଳର କାନ୍ତି ମଲ୍ଲିକ ଏସ୍ପିଙ୍କ ନିକଟରେ ଆତ୍ମ ସମର୍ପଣ କରିଛନ୍ତି । ଆତ୍ମ ସମର୍ପଣ କରିଥିବା ମାଓବାଦୀଙ୍କ ଘର ବାଲିଗୁଡା ଥାନା କୁଟିକିଆ ପଞ୍ଚାୟତ ଗଙ୍ଗରଙ୍ଗା ଗ୍ରାମର ବୋଲି ଜଣା ପଡ଼ିଛି । କାନ୍ତିଙ୍କ ବାପା ମୃତ କୁଣ୍ଡା ମଲିକ, ଏବଂ ମାଆଙ୍କ ନାମ ଗଣ୍ଡୁଲି ମଲିକ । ଜଣେ ଚାଷୀ ପରିବାର ଝିଅ ବୋଲି ପୋଲିସ ସୂଚନା ଦେଇଛି । ତେବେ ବହୁ ଦିନ ଧରି କାନ୍ତି ମଲିକ କେକେବିଏନ ସଂଘଠନରେ ସକ୍ରିୟ ସଦସ୍ୟ ରୂପେ କାର୍ଯ୍ୟ କରି ଆସୁଥିଲେ । କିନ୍ତୁ ପରେ ମାଓ ବାହିନୀଙ୍କ କାର୍ଯ୍ୟକମରେ ଅସନ୍ତୁଷ୍ଟ ହୋଇଥିଲେ ଓ ବିକାଶ କରୁଥିବା ଲୋକଙ୍କୁ ପୁଲିସ ଇନଫରମର କହି ମାରୁଥିଲେ, ଏଥିରେ ଅତିଷ୍ଠ ହୋଇ ମାଓ ମେମ୍ବର କାନ୍ତି ମାଲିକ ଆତ୍ମ ସମର୍ପଣ କରିବା ପାଇଁ ନିଷ୍ପତ୍ତି ନେଇଥିଲେ l ତେବେ ସରକାରଙ୍କ ବିକାଶ ମୂଳକ କାର୍ଯ୍ୟକ୍ରମ ଏବଂ ମାଓବାଦୀଙ୍କୁ ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଡାକରାରେ ପ୍ରଭାବିତ ହୋଇ ହିଂସା ଛାଡି ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ନିଷ୍ପତ୍ତି ନେଇଥିଲେ । ମାଓବାଦୀ ଜଣକ ବିଭିନ ମାଓ ହିଂସା କାଣ୍ଡରେ ସାମିଲ ଥିଲେ ବୋଲି ପୋଲିସ ସନ୍ଦେହ କରିଛି । କନ୍ଧମାଳ ପୋଲିସକୁ ମହିଳା ମାଓବାଦୀଙ୍କ ଆତ୍ମ ସମର୍ପଣ ଅଧିକ ମନବଳ ବଢ଼ାଇଛି । ଆଗାମୀ ଦିନରେ ମଧ୍ୟ ମାଓବାଦୀ ମାନେ ହିଂସା ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ପୋଲିସ ତରଫରୁ ଆହ୍ଵାନ ଦିଆଯାଇଛି ।

Leave A Reply

Your email address will not be published.