କନ୍ଧମାଳ ପୁଲିସକୁ ସଫଳତା : କମ୍ବିଂ ଅପରେସନ ବେଳେ ଜବତ ହେଲା ମାଓ ସାମଗ୍ରୀ

ଫୁଲବାଣୀ : ପୁଣି କନ୍ଧମାଳ ପୁଲିସକୁ ମିଳିଲା ସଫଳତା। ଏସପି ଭିନୀତ ଅଗ୍ରୱାଲଙ୍କ ନିର୍ଦ୍ଦେଶରେ ଏସଓଜି ଓ ଡ଼ିଭିଏଫ ଯବାନ ମାନେ ଲଗାଣ ବର୍ଷା ସତ୍ତ୍ୱେ ଗତ ମଙ୍ଗଳବାର ଓ ବୁଧବାର ଦୁଈଦିନ ଗୋଛାପଡା ଥାନା ସୁମଙ୍ଗି ଗ୍ରାମ ନିକଟ ଜଙ୍ଗଲରେ କମ୍ବିଂ ଅପରେସନ କରିବା ସହ ମାଓ କ୍ୟାମ୍ପ ଉପରେ ମଧ୍ୟ ଚଢ଼ାଉ କରିଥିଲେ । ଏହି ଚଢାଉରେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଥିବା ନେଇ ଶୁକ୍ରବାର କନ୍ଧମାଳ ଏସପି ଭିନୀତ ଅଗ୍ରଓ୍ୱାଲ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି
ପୁଲିସ ଜବତ କରିଥିବା ମାଓ ସାମଗ୍ରୀ ମଧ୍ୟରେ କିଛି ମାଓ ପୋଷାକ, ମେଡିସିନ, ଜିଲେଟିନ ଷ୍ଟିକ, ବିଦ୍ୟୁତ ତାର, ଜଗ କମଳ, ଜ୍ୟାକେଟ, ସେଫଟି ଫିଉଜ, ସାବୁନ ତେଲ, ଲେଡ଼ିଜ ଇନର ଆଦି ୧୮ ପ୍ରକାର ସାମଗ୍ରୀ ଥିବା ଏସପି ଵିନୀତ ଅଗ୍ରୱାଲ କହିଛନ୍ତି ।ବର୍ତ୍ତମାନ ସୁଦ୍ଧା ସେଠାରେ କମ୍ବିଂ ଅପରେସନ ଚାଲିଥିବା ସୂଚନା ଦେଇଛନ୍ତି ଏସପି।